Img 20241120 Wa0302

ଭଂଜପୁର ଜଗଦ୍ଧାତ୍ରୀମେଳାର ଅଷ୍ଟମ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିମୋହିତ ହେଲେ ଦର୍ଶକ

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଅନୁଷ୍ଠିତ ଜଗଦ୍ଧାତ୍ରୀ ମେଳାର ଅଷ୍ଟମ ସନ୍ଧ୍ୟାରେ ଜୀ କିରଣ ତେଜସ୍ୱିନୀ ଓ ଜୀ ପ୍ରଜ୍ଞା ଭାରତୀଙ୍କ ମେଲୋଡି ସହ ଲାଶ୍ୟକଳା ଡ୍ୟାନ୍ସ ଏକାଡେମୀର ଓଡିଶୀ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ପରେ ପରେ ଗୁରୁକୁଳ ଡ୍ୟାନ୍ସ ଏଣ୍ଡ ଭିଜୁଆଲ ଏକାଡେମୀ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଅନଲି ୱାନ ଡ୍ୟାନ୍ସ ଗ୍ରୁପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ପରମେଶ୍ୱର ଡ୍ୟାନ୍ସ ଗ୍ରୁପର ନୃତ୍ୟଗୀତରେ ଝୁମିଲେ ଦର୍ଶକ […]

Read More Text.
Onn 3

ମହାଭାରତ ଜ୍ଞାନ ଯଂଜ୍ଞ ଉଦଯାପିତ

କାମନାରୁ ବସ୍ତୁ ପ୍ରାପ୍ତ ହୁଏ ଏବଂ ସୁଖ ଦେଇଥାଏ ପୁଣି ସେହି ପ୍ରାପ୍ତ ବସ୍ତୁର କ୍ଷୟ ରୁ ଦୁଃଖ ଜାତ ହୁଏ – ସ୍ୱାମୀ ଚିରୁପାନନ୍ଦ ସରସ୍ୱତୀ ବାରିପଦା – ବାରିଣୀ ରୋଡ଼ ମଧୁବନ ରେ ଚିନ୍ମୟ ମିଶନ ଆନୁକୂଲ୍ୟରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ନୋଏଡା ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀଙ୍କ ଦ୍ୱାରା ସାତ ଦିନ ଧରି ଚାଲିଥିବା ମହାଭାରତ ଜ୍ଞାନ ଯଂଜ୍ଞ ଆଜି ଉଦଯାପିତ ହୋଇଯାଇଛି l ଉକ୍ତ […]

Read More Text.
Img 20241120 Wa0240

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟକଲେଜ ପଡିଆ ଠାରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ମାନ୍ୟବର ରାଜ୍ୟସଭା ସାଂସଦ, ଶ୍ରୀମତୀ ମମତା ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଲୋକସଭା ସାଂସଦ, ନଵଚରଣ ମାଝୀ, ମାନ୍ୟବର ବିଧାୟକ ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ମାନ୍ୟବର ବିଧାୟକ, ରାଇରଙ୍ଗପୁର, ଶ୍ରୀ ଜଳେଣ ନାଏକ, ମାନ୍ୟବର ବିଧାୟିକା ସୁଶ୍ରୀ ସଞ୍ଜଳି […]

Read More Text.
Ex

ଆସିଲା ମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍‌ଜିଟ୍ ପୋଲ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ଏଯାଏ ୭ଟି ସଂସ୍ଥା ସେମାନଙ୍କର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟରୁ ୩ଟି ସଂସ୍ଥାର କହିବା କଥା ଯେ ମହାରାଷ୍ଟ୍ରରେ ଝୁଲା […]

Read More Text.
Beed 1732105609

ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ

ମହାରାଷ୍ଟ୍ରବାସୀ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି। ଭୋଟିଂ ସମୟ ମଧ୍ୟ ଶେଷ ହେବାକୁ ବସିଲାଣି। ହେଲେ ଶେଷ ସମୟରେ ଘଟିଛି ବଡ଼ ଅଘଟଣ। ବୁଥ ଭିତରେ ଭୋଟିଂ ଚାଲିଥିବା ବେଳେ ସେହିଠାରେ ଆଖି ବୁଜିଛନ୍ତି ଜଣେ ବିଧାୟକ ପ୍ରାର୍ଥୀ। ମହାରାଷ୍ଟ୍ରର ବୀଡ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବାଲାସାହେବ ସିନ୍ଦେ ହଠାତ୍‌ ହୃଦଘାତରେ ପ୍ରାଣ ହରାଇଛନ୍ତି। ସନ୍ଧ୍ୟା ସମୟରେ ସିନ୍ଦେ ନିଜ ସମର୍ଥକଙ୍କ ସହ ଛତ୍ରପତି ଶାହୁ ବିଦ୍ୟାଳୟରେ ହୋଇଥିବା ପୋଲିଂ […]

Read More Text.
Sonu

ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ

ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାରରେ ସେବାୟତ ମାନେ ତାଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ । ପରେ ଶ୍ରୀମନ୍ଦିର ଭିତର ବେଢାରେ […]

Read More Text.
Up 1732104918

ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ

ଉତ୍ତର ପ୍ରଦେଶରେ ୯ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବ୍ୟାପକ ଅନିୟମିତତା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍‌ ନିର୍ଦ୍ଦିଷ୍ଟ ଭୋଟରଙ୍କୁ ଭୋଟଦାନରୁ ଦୂରେଇ ରଖିଥିବା ବେଳେ ସେମାନଙ୍କୁ ଭୟଭୀତ କରିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ସେହିପରି କିଛି ସ୍ଥାନରେ ପୁଲିସ୍‌ ଜାଣିଶୁଣି ଭୋଟରଙ୍କ ପରିଚୟ ମଧ୍ୟ ଯାଞ୍ଚ କରିଛି। ଏନେଇ ବିରୋଧୀ ସମାଜବାଦୀ ପାର୍ଟି ଭିଡିଓ ଜାରି କରିବା ସହ ଭାରତୀୟ ନିର୍ବାଚନ କମିଶନ ଇସିଆଇଙ୍କ ନିକଟରେ ଅଭିଯୋଗ କରିଛି। ଅଭିଯୋଗ ପରେ […]

Read More Text.
Draupadi Murmu President Of India

୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ୭ ଯାଏ ରହିବେ

ଭୁବନେଶ୍ବର/ ରାଇରଙ୍ଗପୁର/କଳାବାଡ଼ିଆ: ଆସନ୍ତା ମାସ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି। ୩ରୁ ୭ ତାରିଖ ଯାଏ ସେ ଓଡ଼ିଶା ଗସ୍ତରେ ରହିବେ। ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଭି ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ। ୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର […]

Read More Text.
Up 1732099968

ଉପ ନିର୍ବାଚନ: ବୁର୍ଖା ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ପୁଲିସର ଗୁମର ଖୋଲିଲା ସପା

ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ସହ ଆଜି ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ତେବେ ଉପ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପୁଲିସ୍‌ ମନଇଚ୍ଛା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରିବା ସହ ସେମାନଙ୍କୁ ଅଧା ବାଟରକୁ ବିନା ଭୋଟିଂରେ ଘରକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି କିଛି ସ୍ଥାନରେ ପୁଲିସ୍‌ ପ୍ରଶାସନ ଓ ଭୋଟରଙ୍କ ମଧ୍ୟରେ ସଂଘର୍ଷ […]

Read More Text.
Img 20191224 Wa0030

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ । ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ବର୍ଦ୍ଧିତ ସମୟସୀମା ଲାଗୁ ହେବ । ୨୦୨୫ ଜାନୁୟାରୀ ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍‌ ରେ ପରୀକ୍ଷା ପ୍ରବେଶପତ୍ର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ରାଜ୍ୟର ୩୧୩ଟି […]

Read More Text.