ବାରିପଦା : ୧୯୮୦ ମସିହା ଏପ୍ରିଲ ୬ ତାରିଖ ଦିନ ଜଳସଂଘରୁ ବିଜେପିର ଶୁଭାରମ୍ଭ ହୋଇଥିଲା ।ଏହି ଦିନ କୁ ବିଜେପିର ପ୍ରତିଷ୍ଠା ଦିବସ ଭାବେ ବିଜେପି ପାଳନ କରି ଆସୁଛି । ରବିବାର ଦିନ ବିଜେପି ରାଜ୍ୟ ସଂପାଦକ ନବୀନ ରାମଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ହରେକୃଷ୍ଣ ମହତାବ ଛକ ନିକଟସ୍ଥ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନବୀନ ରାମ ଯୋଗ ଦେଇ ଦଳର କର୍ମୀ ମାନଙ୍କୁ ସଲାମ ଦେଇ କହିଲେ କର୍ମୀ ମାନେ ହେଉଛନ୍ତି ଦଳର ମେରୁଦଣ୍ଡ । ସମସ୍ତେ ମିଳିମିଶି ଲୋକଙ୍କ ସେବାରେ ବ୍ରତୀ ହୁଅନ୍ତୁ । ଅସହାୟ,ଅବହେଳା,ଅଣଦେଖା,ଦିଵ୍ଯାଙ୍ଗ ସହ ସ୍ଥାନୀୟ ମୌଳିକ ସମସ୍ୟା,ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଅନ୍ତୁ । ସାଧାରଣ ଜନତାଙ୍କ ସହ ଜୋଡି ହୋଇ ସେମାନଙ୍କ ସୁଖ ଦୁଃଖର ସାଥୀ ହୁଅନ୍ତୁ । ଆଗାମୀ ଦିନରେ ହେବାକୁ ଥିବ ତ୍ରିସ୍ତରୀୟ ନିର୍ବାଚନ ଏବଂ ପୌର ନିର୍ବାଚନ କୁ ଆଖି ଆଗରେ ରଖି ଦଳକୁ ମଜଭୁତ କରନ୍ତୁ। ସେଥିପାଇଁ ଶୃଙ୍ଖଳିତ ଭାବେ ଦଳୀୟ କାର୍ଯ୍ଯ ପାଳିବା ସହ ସମସ୍ତଙ୍କୁ ସେବା ଓ ସହଯୋଗର ହାତ ବଢାଇବା ପରାମର୍ଶ ଦେଇଥିଲେ । ଦଳ ତରଫରୁ ଗାଁ ଚାଲ ଅଭିଯାନକୁ ସଫଳ କରନ୍ତୁ ।ବିଜେପି ସବକା ସାଥ୍ ,ସଵକା ବିକାଶ୍ ।ଏହି କାର୍ଯ୍ୟକ୍ରମରେ ଵର୍ଷିୟାନ ବିଜେପି ନେତା ମନୋରଞ୍ଜନ ମହାନ୍ତି,ମନୋଜ ଦାସ,ଶିବୁ ଅଗ୍ରୱାଲ,ସୁରଥ ପଟ୍ଟନାୟକ,ଆଲୋକ ରଂଜନ ମହାନ୍ତ,ବିକାଶ ମହାନ୍ତ, ଶଶାଙ୍କ କୁମାର,ରଞ୍ଜିତା ମହାନ୍ତ,ମଞ୍ଜୁଲତା ଗିରି,ରାଣୀ ମଣ୍ଡଳ,ପେଲେଙ୍ଗ ଚାତାର,କ୍ରିଷ୍ଣା ଦେବୀ ସ୍ଵାମୀ,ଅଭିଷେକ ନାୟକ,ସଞ୍ଜୟ ସାହୁ, ସୁଧାଂଶୁ ମହାନ୍ତ,ବିକାଶ ରାୟ,ଜିତେନ ମହାନ୍ତ,ଜିତୁ ପଟ୍ଟନାୟକ, ନିରାକାର ମହାନ୍ତି ସମେତ ବିଭିନ୍ନ ଅଂଚଳରୁ ଆସିଥିବା ନେତୃବୃନ୍ଦ,ମଣ୍ଡଳ କର୍ମକର୍ତ୍ତା, ଛାମୁଆଁ କର୍ମୀ ସାମିଲ ହୋଇଥିଲେ |
