Img 20240502 Wa0113

ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

ବାରିପଦା: ମଇ ପହିଲା ,ସାରା ବିଶ୍ବରେ ଶ୍ରମିକ,ଖଟିଖିଆ, ମେହନତି ମଣିଷଙ୍କ ସମ୍ମାନାର୍ଥେ ଶ୍ରମିକ ଦିବସ ପାଳନ କରାଯାଇଛି । ସମାଜ ର ପ୍ରଗତି ରଥରେ ଶ୍ରମିକ ମାନଙ୍କ ଭୂମିକା ଅତୁଳନୀୟ, ଅବର୍ଣ୍ଣନୀୟ ଓ ଅନନ୍ୟ ଅଟେ‌ ।ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ବାମନଘାଟୀ ପ୍ରେସ କ୍ଳବ୍ ଆନୁକୁଲ୍ୟରେ ବିଶ୍ଵ ଶ୍ରମିକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ବିଇଓ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ […]

Read More Text.
Img 20240502 Wa0044

ମଇ ଦିବସରେ ଶ୍ରମିକ ସମାଜକୁ ସଂଗଠିତ ହେବାକୁ ନିର୍ମାଣ ଶ୍ରମିକ ସଂଘ ର ଆହ୍ଵାନ

ବାରିପଦା:- ସ୍ଥାନୀୟ ପାଲବଣୀଠାରେ ନିର୍ମାଣ ଶ୍ରମିକ ସଂଘ ସମନ୍ନୟ ସମିତିର ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସମିତିର ସାଧାରଣ ସମ୍ପାଦକ ଶ୍ରୀ କାହ୍ନୁଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଓ ସମିତିର ସଭାପତି ଶ୍ରୀ ଅମଲ ଦେ ଓ ହିନ୍ଦ୍ ମଜଦୁର ସଂଘର ସଭାନେତ୍ରୀ ସିନଗୋଲତା ମାଝୀଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିିତ କାର୍ଯ୍ୟକ୍ରମରେ ପଟ୍ଟାବିହୀନ ବାସିନ୍ଦା ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ଗୋପବନ୍ଧୁ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ। ବକ୍ତାମାନେ […]

Read More Text.
Img 20240502 Wa0115

ବିଶ୍ୱ ଶ୍ରମିକ ଦିବସରେ ଓଡିଶା ଡ୍ରାଇଭର ମହାସଂଘ ମୟୁରଭଞ୍ଜ ଶାଖା ତରଫରୁ ଶ୍ରମିକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ

ବାରିପଦା :  ବିଶ୍ୱ ଶ୍ରମିକ ଦିବସ ଅବସରରେ ଓଡିଶା ଡ୍ରାଇଭର ମହାସଂଘ, ମୟୁରଭଞ୍ଜ ଶାଖା ତରଫରୁ ଶ୍ରମିକମାନଙ୍କୁ ମିଷ୍ଟାନ୍ନ ଓ ଦହିପାଣି ବଣ୍ଟନ କରାଯାଇଛି I ସଂଘର ସଭାପତି ବିନୋଦ ଲୋହାର, ଉପ ସଭାପତି ବିଦ୍ୟାଧର ମଣ୍ଡଳଙ୍କ ନେତୃତ୍ୱରେ ମନୋଜ ବେହେରା, ମାଧବାନନ୍ଦ ମହାରଣା, ସାମଲ ବେହେରା, ନିରଞ୍ଜନ ପାତ୍ର, ଅଭିଜିତ ଦଣ୍ଡପାଟ, ବାପୁଜୀ ମହାନ୍ତ, ଗଜେନ୍ଦ୍ର ପାତ୍ର, ଜଗବନ୍ଧୁ ପାତ୍ର, ରବୀନ୍ଦ୍ର ଦାସ, ଗୌତମ ବେହେରା, ମୋଟୁ ବିନ୍ଧାଣି, ମକରଧ୍ଵଜ ବେହେରା, ମଦନ ବେଶ୍ରା ଓ […]

Read More Text.
Img 20240501 Wa0220

ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ସଙ୍ଘ ତରଫରୁ ବିଶ୍ବ, ଶ୍ରମିକ ଦିବସ ପାଳନ

ସମାନ କାମକୁ ସମାନ ଦରମା ସହିତ ଉନ୍ନତ ମାନର ଯନ୍ତ୍ରପାତି ଯୋଗାଇ ଦେବା ଆମର ଦାବି ବାରିପଦା : ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନ ତରଫରୁ ସ୍ଥାନୀୟ ରୋଟାରୀ କ୍ଲବ୍ ପରିସରରେ ଆନ୍ତର୍ଜାତିୟ ଶ୍ରମିକ ଦିବସ ବିଦ୍ଯୁତ୍ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପାଳନ କରାଯାଇଛି।ଆମେରିକାର ଚିକାଗୋ ସହରରେ ୧ ମେ ୧୮୮୬ ମସିହାରେ ହୋଇଥିବା ଐତିହାସିକ, ବୈପ୍ଳବିକ ଆନ୍ଦଳନରେ ସହିଦ ହୋଇଥିବା ଶ୍ରମିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସେବେଠାରୁ ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତିୟ […]

Read More Text.
Img 20240501 Wa0275

ପ୍ରଥମ ଥର ରକ୍ତଦାନ କରି ସମ୍ବର୍ଦ୍ଧିତ ହେଲେ ଶିକ୍ଷୟତ୍ରୀ ସୁମିତ୍ରା

ବାରିପଦା: ବାରିପଦାରେ ଅସହ୍ୟ ଗରମ ପଡିଥିବାକୁ ଏବଂ ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ବେଳେ ଜଣେ ରକ୍ତଦାନ ନକଲେ ଅନ୍ୟର ଜୀବନ ବଞ୍ଚାଇବା ଅସମ୍ଭବ I ପି ଆର ଏମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କର ତତକ୍ଷଣାତ ରକ୍ତ ଦରକାର ପଡିବା ଖବର ପାଇ ସାହାଯ୍ୟର ହାତ ବଢ଼ାଇଥିଲେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ରାଉତ ଓ କର୍ମଚାରୀ ବାମା ଚରଣ ବାନରା I ସମାଜସେବୀ ତଥା ବିଦ୍ୟାଳୟର ପ୍ରଧାନ […]

Read More Text.
Images

ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ: ମିଶନଶକ୍ତିର ୨ ସିଆରପିଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରୋଡ଼ ସୋ ଓ ଶକ୍ତି ପ୍ରଦର୍ଶନ ସମୟରେ ଅଭିଯୁକ୍ତମାନେ ନିର୍ବ‌ାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସିଆରପି ନର୍ମଦା ବସନ୍ତିଆ ଓ ପୁଷ୍ପାଞ୍ଜଳୀ ମହାନ୍ତି ଅତନୁଙ୍କୁ ପୁଷ୍ପଗୁଚ୍ଛ ଦେବା ସହ ହୁଳହୁଳି ପକାଇ […]

Read More Text.
3c13a33c 250d 40bf 8d38 92f5554f72f2 750x430

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଅଞ୍ଜନି ସୋରେନଙ୍କୁ ପ୍ରାର୍ଥୀ କଲା ଜେଏମ୍‌ଏମ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଣିଂଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ। ଏଥର ମୟୂରଭଞ୍ଜ ଲୋକସଭା ଆସନରେ ଜୋରଦାର ଫାଇଟ ଦେଖିବାକୁ ମିଳିବ। ଦ୍ବିତୀୟ ଥର ପାଇଁ ଏହି ଆସନରୁ […]

Read More Text.
Img 20240502 164006 750x430

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଥିଲି ସମସ୍ୟା ବୁଝିବାକୁ, ଆଜି ଆସିଛି ତାର ହିସାବ ଦେବାକୁ: ପାଣ୍ଡିଆନ୍‌

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଦଳରୁ ସାଲୁଗା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଭାବେ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ ଫୁଲବାଣୀ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଘୁ.ଉଦୟଗିରିର ଷ୍ଟାଡିୟମରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ଉଭୟ ପ୍ରାର୍ଥୀ। ଆଜିର ଏହି ନିର୍ବାଚନୀ ସଭାରେ ବିଜେଡିର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ନିଜର ନୂଆ […]

Read More Text.
Sujata.webp.webp

ଏସଏଚଜି ମହିଳାଙ୍କୁ ପ୍ରଭାବିତ କରୁଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପିର ସେଂଟ୍ରାଲ ଟିମ୍‌

ଭୁବନେଶ୍ବର : ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ବିରୁଦ୍ଧରେ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି। କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ୍ କରିବା ନିମନ୍ତେ ସୁଜାତା ପାଣ୍ଡିଆନ ପ୍ରୟାସ କରୁଛନ୍ତି। ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ବିଜେପିର ସେଂଟ୍ରାଲ ଟିମ୍ ଦାବି କରିଥିବା ଜଣାପଡ଼ିଛି। ସୂଚନା […]

Read More Text.
Yyy

ଦିଲ୍ଲୀ ଏଲ୍‌ଜିଙ୍କ ଛାଟ, ବିଦା ହେଲେ ମହିଳା କମିଶନର ୨୨୩ କର୍ମଚାରୀ

ନୂଆଦିଲ୍ଲଈ : ଦିଲ୍ଲୀ ଏଲ୍‌ଜିଙ୍କ ଛାଟ। ଆକ୍ସନ ମୁଡ୍‌ରେ ଉପରାଜ୍ୟପାଳ ବିନୟ ସାକ୍ସେନା। ବିଦା ହେଲେ ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀ। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ନିୟମ ବିରୁଦ୍ଧରେ ଯାଇ ବିନା ଅନୁମତିରେ ଏମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶରେ ଡିସିଡବ୍ଲୁ ଆକ୍ଟଙ୍କୁ ଦର୍ଶାଯାଇଛି। ଆୟୋଗରେ କେବଳ ୪୦ଟି ପଦବୀ ମଞ୍ଜୁର […]

Read More Text.