ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଓ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୮ ଲିଟର ଦେଶୀ ରନ୍ଧା ମଦ ଏବଂ ୦୩ ଗୋଟି ମୋଟର ସାଇକେଲ *(ଓଡି-୧୧ଏ-୩୭୯୫, ଓଡି-୧୧ଡବ୍ଲୁ-୨୬୦୦ ଓ ଓଡି-୧୧ଡବ୍ଲୁ-୯୦୧୬)* ଜବତ କରାଯାଇଛି l ଘଟଣା ସ୍ଥଳରୁ ଚେମ୍ପରାଇ ଗ୍ରାମର ଦେବିଲାଲ ମୁର୍ମୁ , କୁମ୍ଭୀରଦା ଗ୍ରାମର ଆମେରିକା ସି ଏବଂ ପାସନା ଗ୍ରାମର କୁନା ବେଶ୍ରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ସମସ୍ତ ର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବିପ୍ଳବ କୁମାର ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
