Bbdas School

ବିବି ଦାସ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

State

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଞ୍ଚଚାୟତ ବରହମପୁର ସ୍ଥିତ ବିବି ଦାସ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସ୍ମିଧା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ମଧୁସୂଦନ ଘଡ଼ାଇ, ମୁଖ୍ୟବକ୍ତା ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ସମ୍ମାନିତ ଅତିଥି ପରିଚାଳନା କମିଟି ସଭାପତି ଅମୂଲ୍ୟ କୁମାର ଖଣ୍ଡା, ଶିକ୍ଷାବିତ୍ ପ୍ରହଲ୍ଲାଦ ଜେନା,ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ପଞ୍ଚାନନ ସାହୁ,ଶିକ୍ଷକ ଶରତ କୁମାର ପାଣିଗ୍ରାହୀ, ବୀରଭଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ପରିଚୟ କଲ୍ଲୋଳ ପ୍ରଭା ବାରିକ, ବାର୍ଷିକ ବିବରଣୀ ପଠନ ନିବେଦିତା ସାହୁ ଓ ଧନ୍ୟବାଦ ଅର୍ପଣ ସୁଶୀଳା ସେନ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ ଉର୍ତ୍ତିନ୍ନ ୭୦ ରୁ ଉର୍ଦ୍ଧ ଛାତ୍ର ଓ ଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ଅତିଥି । ନିଶିକାନ୍ତା ଜେନା , ଆରତୀ ସେଠୀ, ରାଜେନ୍ଦ୍ର କୁମାର ପାତ୍ର,ସ୍ୱର୍ଣ୍ଣଲତା ପାତ୍ର,ଜୟନ୍ତୀ ଦାସ, ଭୀମସେନ ଖଣ୍ଡା, ମାୟାଧର ଜେନା ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଅଭିଭାବକ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।