ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ରାମଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ,ମୁଖ୍ୟବକ୍ତାଭାବେ ବିଶିଷ୍ଠ ଶିକ୍ଷାବିତ୍ ତଥା ପ୍ରବଚକ ହରିହର ପାଣିଗ୍ରାହୀ ,ଶିକ୍ଷାବିତ୍ ପୁର୍ଣ୍ଣଚନ୍ଦ୍ର ରାଉତ,ପ୍ରାକ୍ତନ ଶିକ୍ଷକ ରାଧାଶ୍ୟାମ ରାଉତ, ସିଆରସିସି ଉତମ କୁମାର ଦାସ, ପ୍ରାକ୍ତନ ସିଆରସିସି ସୁକାନ୍ତ ବେହେରା,ଶିକ୍ଷକ ସଂଘର କର୍ମକର୍ତା ନରେନ୍ଦ୍ର କୁମାର ସାହୁ,ସତ୍ୟରଂଜନ ଦାସ,ଶିକ୍ଷା କମିଟିର ସଭାପତି ରଂଜନ କୁମାର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁସ୍ଥ ଓ ସଭ୍ୟ ସମାଜ ଗଠନ ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶ୍ୱାଳ ବାର୍ଷିକ ବିବରଣୀପାଠ, ସହାକରୀ ଶିକ୍ଷକ ନିରାକାର ସେଠୀ ଅତିଥିପରିଚୟ ଓ ଶିକ୍ଷକ ସୁରେଶ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଉମାକାନ୍ତ ମଲ୍ଲିକ,ସୁରେଶ ଚନ୍ଦ୍ର ଜେନା,ଶିକ୍ଷୟିତ୍ରୀ ମୀନାକ୍ଷୀ ଚାଟାର ଙ୍କସହ ଶିକ୍ଷା କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
