Img 20250407 Wa0140

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

State
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ହେମକାନ୍ତ ସୟ ଓ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଯୁବ ଖେଳାଳି ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ IIଅନ୍ୟ ମାନଙ୍କ ମଧ୍ୟରେ ଫାଓର ଉପ ସଭାପତି ଅସିତ ପତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି ଓ ବିଶିଷ୍ଟ ଫୁଟବଲ ଖେଳାଳି ପ୍ରଦୀପ କିଶୋର ମହାନ୍ତି ଓ ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ I ଉଦଘାଟନୀ ମ୍ୟାଚରେ ଫିଉଚର ଷ୍ଟାର କ୍ଲବ ଡ୍ରାଗନ ୟୁଥ କ୍ଲବକୁ ୧-୦ ଗୋଲରେ ପରାସ୍ତ କରିଥିଲା I ରାକେଶ ହେମ୍ବ୍ରମ ଏକ ମାତ୍ର ଗୋଲଟି ସ୍କୋର କରିଥିଲେ I ବାପୁନ କୁମାର ମହାନ୍ତ, ଯୁଗସେଙ୍ଗଲ ସୋରେନ ଓ ନାରାୟଣ ଚନ୍ଦ୍ର ହାଁସଦା ଖେଳ ପରିଚାଳନା କରିଥିଲେ I ସୁଭଦ୍ରା ହେମ୍ବ୍ରମ ୪ର୍ଥ ରେଫେରି ଭାବେ କାର୍ଯ୍ୟ ତୁଲାଇଥିଲେ I ସରକାରଙ୍କ ତରଫରୁ ଯୋଗାଇ ଯାଇଥିବା ନୂଆ ଜୋତା ଓ ଜର୍ସି ପିନ୍ଧି ଖେଳାଳି ମାନେ ବେଶ ଉତ୍ସାହିତ ଥିବାର ଦେଖାଯାଇଥିଲା I ଆସନ୍ତା କାଲି ସକାଳ ୮ଟା ରେ ଖେରୱାଲ ଜୁମିତ ଓ ଶିମିଳିପାଳ ସ୍ପୋର୍ଟସ ଏସୋସିଏସନ ମଧ୍ୟରେ ଓ ଅପରାହ୍ନ ୪ ଟା ରେ ଇଣ୍ଡିପେଣ୍ଡେଣ୍ଟ ସ୍ପୋର୍ଟସ ଓ ଜଗନ୍ନାଥ ବିଶାବୀର ମଧ୍ୟରେ ମ୍ୟାଚ ହେବ ବୋଲି ଗଣ ମାଧ୍ୟମ ସଂଯୋଜକ ଶ୍ରୀ ସିଂହ ଜଣାଇଛନ୍ତି I