Img 20250408 Wa0131

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ

sports

ବାରିପଦା – ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୨ୟ ଦିନର ୧ମ ମ୍ୟାଚ ଖେରୱାଲ ଜୁମିଦ ଫୁଟବଲ କ୍ଲବ ଓ ଶିମିଳିପାଳ ସ୍ପୋର୍ଟସ ଫୁଟବଲ କ୍ଲବ ମଧ୍ୟରେ ହୋଇଥିଲା I ଏହି ମ୍ୟାଚରେ କୌଣସି ଦଳ ଗୋଲ କରିପାରିନଥିଲେ I ୨ୟ ମ୍ୟାଚରେ ଇଣ୍ଡିପେଣ୍ଡେଣ୍ଟ ସ୍ପୋର୍ଟିଂ କ୍ଲବ ଜଗନ୍ନାଥ ବିର୍ସାବୀରକୁ ୮- ୦ ଗୋଲରେ ପରାସ୍ତ କରିଥିଲା I ଦଳ ପକ୍ଷରୁ ସୌରଭ ଗୁରୁ ଓ ସୌରଭ ସିଂ ୨ ଟି ଲେଖାଏଁ ଗୋଲ କରିଥିବା ବେଳେ ଦୁର୍ଗା ପ୍ରସାଦ ବେଶ୍ରା, ଆୟୁଷ କୁମାର ବେନସେନ, ରୋହିତ ରାଜ ଏକ୍କା ଓ ଗୁଲସନ ମହାନ୍ତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ I ବାପୁନ କୁମାର ମହାନ୍ତ, ଯୁଗସେଙ୍ଗଲ ସୋରେନ ଓ ନାରାୟଣ ଚନ୍ଦ୍ର ହାଁସଦା, ଶାନ୍ତନୁ କୁମାର ନାୟକ ଓ ସୁଭଦ୍ରା ହେମ୍ବ୍ରମ ଖେଇ ପରିଚାଳନା କରିଥିଲେ I ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଶୁବାଶିଷ ନାୟକ, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି, ବରିଷ୍ଠ ଫୁଟବଲ ଖେଳାଳି ପ୍ରଦୀପ କିଶୋର ମହାନ୍ତି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ I ଆସନ୍ତା କାଲି ସକାଳ ୮ଟା ରେ ରଘୁନାଥ ଜି ଏମ ସି ଓ ଶାନ୍ତିନିକେତନ ୟୁଥ କ୍ଲବ ଏବଂ ଅପରାହ୍ନ ୪ ଟା ରେ ଡ୍ରାଗନ ଯୁବକ ସଙ୍ଘ ଓ ଆର ପି ଜେ ଜେ କ୍ଲବ ମଧ୍ୟରେ ମ୍ୟାଚ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I