ବାରିପଦା – ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଖେରଓ୍ବାଳବୀର ଅଲ ଇତୁନ ଆଶ୍ଳା ଟଲକଚୁଇଁ ଠାରେ ଅଲଚିକି ଲିପିର ଶତବାର୍ଷିକ ମିଶନ ଅଲଚିକି ୨୦୨୫ କାର୍ଯ୍ୟକ୍ରମ ଖେରଓ୍ବାଳ ବୀର୍ ଟ୍ରଷ୍ଟ ଅଲଚିକି ଓ ସାନ୍ତାଳୀ ଭାଷା ପ୍ରଚାର ପ୍ରସାର କ୍ରିୟାନୁଷ୍ଠାନ କମିଟି ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ କୁଳିଅଣା ବ୍ଲକ ଉନ୍ନୟନ ଅଧିକାରୀ ବ୍ଲକ ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ସଫଳତା କାମନା କରିଥିଲେ | ଅନ୍ୟାନ୍ୟ ଅତିଥି ମଧ୍ୟରେ ଦୈନିକ ସାନ୍ତାଳୀ ପତ୍ରିକା ଫାଗୁନର ସମ୍ପାଦିକା ମାଳତୀ ମୁର୍ମୁ, ଭାରତ ଜାକାତ ମାଝୀ ପାର୍ଗାନା ମହଲ ଓଡିଶା ଶାଖା ପନତ ପାରଗାନା ବାଲକରାମ ବାସ୍କେ, ଗେଣ୍ଡା ପଞ୍ଚାୟତ ସରପଞ୍ଚ ରାଇସେନ ହେମ୍ବ୍ରମ, ଓଡିଶା ସାନ୍ତାଳୀ ଏକାଡେମୀ ସଭାପତି ସୁନାରାମ ସୋରେନ, କେଉଟୁଣିମାରି ପିଳ ପାର୍ଗାନା ରାମେଶ୍ବର ସୋରେନ , କୁଳିଅଣା ବ୍ଲକ ସାନ୍ତାଳୀ ଶିକ୍ଷକ ସଭାପତି ଶାଲଖୁ ଚରଣ ମାର୍ଣ୍ଣି, ପାତିହିଞ୍ଜା ସମିତି ସଭ୍ୟ ବାବ୍ଲୁ ହାଁସଦା, ବରିଷ୍ଠ ସାନ୍ତାଳୀ ଭାଷା କର୍ମୀ ଗୁଣଧର ହାଁସଦା, ଶଙ୍କର ଟୁଡୁ, ମେଘରାୟ ସୋରେନ, ସୁନ୍ଦର ମୋହନ ହାଁସଦା, ମାଙ୍ଗାତ ମୁର୍ମୁ, ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟିଂ ଏଣ୍ଡ ମ୍ୟାନେଜମେଣ୍ଟର ସାନ୍ତାଳୀ ବିଭାଗ ଅଧ୍ୟାପକ ଶ୍ରୀରାମ ଟୁଡୁ, କୁକୁଣ୍ଡିଆ ମାଝୀ ବାବା ମୋହନ ସୋରେନ, ପାଣିଜିଆ ମାଝି ବାବା ସନାତନ ମୁର୍ମୁ, ସାନ୍ତାଳି ଶିକ୍ଷକ ଛିତା ସୋରେନ, ମୋବିଲୋଚନ ମୁ୍ର୍ମୁ, ଶ୍ୟାମ ସୁନ୍ଦର ଟୁଡୁ, ମଙ୍ଗଲ ସୋରେନ ଯୋଗ ଦେଇଥିଲେ | ଏହି ଅବସରରେ ବ୍ଲକ ସ୍ତରରେ ସାନ୍ତାଳୀ ଭାଷା ଓ ଅଲଚିକିର ପ୍ରଚାର ପ୍ରସାରରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ କୁଳିଅଣା ବ୍ଲକର ସମସ୍ତ ପ୍ରାନ୍ତରୁ ମାଝୀ ବାବା, ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ସାନ୍ତାଳୀ ଶିକ୍ଷକ, ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ |
ଏଠାରେ ଉଲ୍ଲେଖ ଯୋଗ୍ୟ ସାନ୍ତାଳୀ ଭାଷାର ଲିପି ଅଲଚିକି ୧୯୨୫ ମସିହାରେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ଉଦ୍ଭାବନ କରିଥିଲେ ଏବଂ ଚଳିତ ବର୍ଷ ଏହାର ଶତ ବାର୍ଷିକ ମିଶନ ଅଲଚିକି ୨୦୨୫ ଭାବରେ ସମଗ୍ର ଭାରତ ବର୍ଷରେ ସାନ୍ତାଳୀ ଅଧ୍ୟୁଷିତ ଅଞ୍ଚଳରେ ପାଳନ କରାଯାଉଛି | ଏହାର ଲକ୍ଷ୍ୟ ୨୦୨୫ ଶେଷ ସୁଦ୍ଧା ସମସ୍ତ ସାନ୍ତାଳୀ ଭାଇ ଭଉଣୀଙ୍କୁ ସାନ୍ତାଳୀ ଭାଷାରେ ସ୍ବାକ୍ଷର କରେଇବା |
ଏହି କାର୍ଯ୍ୟକ୍ରମକୁ ଆର୍ ଅଶ୍ବନୀ ବଞ୍ଜନ ମୁର୍ମୁ ପରିଚାଳନା କରିଥିବା ବେଳେ ରାଇସେନ ମୁ୍ର୍ମୁ, ବାବୁଲାଲ ସୋରେନ, ଶରତ ଚନ୍ଦ୍ର ହେମ୍ବ୍ରମ, ହରିମୋହନ ବେଶ୍ରା, ଦୁଲୁଗୁ କିସ୍କୁ, ରୁକିନ୍ ମୁର୍ମୁ, ଆହଲା ହେମ୍ବ୍ରମ, ସୋମବାରୀ ଚପେୟାର, ଦୁବରାଜ ହାଁସଦା, ବିଜୟ ଟୁଡୁ, ରମେଶ ହାଁସଦା,ସିନଗ ଟୁଡୁ, ସୁମି ହାଁସଦା, ଜାସମି ଚପେୟାର, ମୀନତୀ ସୋରେନ, ମାଳତୀ ଚପେୟାର, ଗୀତା ହେମ୍ବ୍ରମ, ସୁକୁମଣୀ ଚପେୟାର ପ୍ରମୁଖ ସହଯୋଗ କରିଥିଲେ |