Ran

ଛାତରୁ ଖସି ଯୁବକଙ୍କ ମୃତ୍ୟୁ

State

ଆଗରପଡ଼ା :ବନ୍ତ ବ୍ଲକ ପଳସା ଗାଁର ସୁରେନ୍ଦ୍ର ସାହୁଙ୍କ ପୁଅ ରଞ୍ଜନ (୨୭) ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ରଞ୍ଜନ ପ୍ରାୟ ୪ବର୍ଷ ହେବ ବେଙ୍ଗାଲୁରୁ ହସକୋଟ୍ ଠାରେ ଏକ ଘରୋଇ କମ୍ପାନୀରେ ମେସିନ୍ ଚାଳକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ରବିବାର ସହଯୋଗୀଙ୍କ ସହ ଛାତ ଉପରେ ଥିବା ସମୟରେ ଦୁର୍ଘଟଣା ବଶତଃ ୨ତାଲା ବିଶିଷ୍ଟ ଟିଣ ଛାତ ଉପରୁ ତାଙ୍କ ଗୋଡ଼ ଖସି ଯାଇଥିଲା ଫଳରେ ସେ ତଳେ ପଡ଼ି ଯାଇ ରକ୍ତାକ୍ତ ହୋଇଥିଲେ । ସହଯୋଗୀ ମାନେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିର୍ି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ଜଣାପଡ଼ିଛି । ସେ ଜଣେ ସରଳ,ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।