ବାରିପଦା – ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ୧ମ ମ୍ୟାଚରେ ସ୍ପୋର୍ଟସ ହଷ୍ଟେଲ ଜାମ୍ବିରଡିହା ଫୁଟବଲ କ୍ଲବ କୁ ଟାଇ ବ୍ରେକର ଜରିଆରେ ୫- ୪ ଗୋଲରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ବରକନ୍ଦ ଦଳ ଲକ୍ଷ୍ମୀପୋଷି ଦଳକୁ ୪- ୦ ଗୋଲରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚରେ କିଷାନ ବ୍ରଦର୍ସ ଏମ ପି ଏକାଡେମୀକୁ ୩- ୧ ଗୋଲରେ ପରାସ୍ତ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରସାଦ ସ୍ୱାଇଁ ମଧୁବନ ପଡିଆ ସହିତ ତାଙ୍କର ପୁରୁଣା ସ୍ମୃତିଚାରଣ କରବା ସହସେ ଛାତ୍ରଥିବାବେଳେ ମହାନ ଫୁଟବଲ ଖେଳାଳି ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ଖେଳ ଦେଖିବା ପାଇଁ ଆସୁଥିଲେ ବୋଲି ପ୍ରକାଶ କରିଥିଲେ ତତସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ୱର ପାତ୍ର ତଥା ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ବାରିପଦା ମୁନିସିପାଲିଟିର ଉପ ନଗରପାଳ ସୀମା ଦାସ, କାଉନସିଲର ଅନନ୍ତ ଦାସ ଓ ପ୍ରଶାନ୍ତ ବେହେରା ଏବଂ ଯୁବ ନେତା କାଶୀନାଥ ରଣା, ପୂର୍ବତନ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପ ନଗରପାଳ ଜୀତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ଓ ଆୟୋଜଜଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଜୀବନ ସାହୁ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଅସିତ ବରଣ ପତି, ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସମ୍ପାଦକ ଅଶୋକ ମିସ୍ତ୍ରୀ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ମ୍ୟାଚରେ ମୟI ସାମାୟ ଟୁଡୁ, ସମ୍ରାଟ ହେମ୍ବ୍ରମ, ଗୋବିନ୍ଦ ହାଁସଦା, ସୁନାରାମ ଟୁଡୁ ଓ ରତ୍ନାକର ସୋରେନ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ I
