ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ପ୍ରଥମ ମ୍ୟାଚକୁ ତାଙ୍କର ଜ୍ୟେଷ୍ଠ ପୁତ୍ର ମନୋଜ କୁମାର ମିସ୍ତ୍ରୀ ଓ ପରିବାରବର୍ଗ ତଥା ଶିକ୍ଷାବିତ ବିପ୍ଳବ ଭୁଗୁଡେଇ ଓ ସମାଜସେବୀ ପିଣ୍ଟୁ ମାଇତି ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇ ବାରିପଦା ବିଧାୟକ ପ୍ରକାଶ ସୋରେନ, ମହାରାଜା ପ୍ରବୀନ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ଉପ ନଗରପାଳ ସୀମା ଦାସ, ରାଜ୍ୟ ପ୍ରଵକ୍ତା କବି ବିଷ୍ଣୁ ଶତପଥି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ସ୍ଥାନୀୟ କାଉନସିଲର ପ୍ରଶାନ୍ତ ବେହେରା ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୀବନ ସାହୁ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଅସିତ ବରଣ ପତି, ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସମ୍ପାଦକ ଅଶୋକ ମିସ୍ତ୍ରୀ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ଶିରିଶବଣୀ ଷ୍ଟେସନ ବଜାରକୁ ଟାଇ ବ୍ରେକର ଜରିଆରେ ୪- ୩ ଗୋଲରେ ପରାସ୍ତ କରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଡାକଇ ଫୁଟବଲ କ୍ଲବକୁ ୨-୦ ଗୋଲରେ ଏବଂ ତୃତୀୟ ମ୍ୟାଚରେ ମା ତାରିଣୀ ଫ୍ରେଣ୍ଡସ କ୍ଲବକୁ ୨- ୦ ଗୋଲରେ ପରାସ୍ତ କରିଥିଲା I ସାମାୟ ଟୁଡୁ, ସମ୍ରାଟ ହେମ୍ବ୍ରମ, ଗୋବିନ୍ଦ ହାଁସଦା, ସୁନାରାମ ଟୁଡୁ ଓ ରତ୍ନାକର ସୋରେନ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଓ ସୁଭଦ୍ରା ହେମ୍ବ୍ରମ ଧାରାବିବରଣୀ ପ୍ରଦାନ କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ୯ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ I କୈଳାଶ ବେହେରା, ବରିଷ୍ଠ କ୍ରୀଡା ପ୍ରଶିକ୍ଷକ କୁମାର ରଞ୍ଜନ ପଣ୍ଡା, ମନୋଜ ମିସ୍ତ୍ରୀ, ବିନୋଦ ରାମ, ବିନୋଦ ସିଂବାବୁ ସନ୍ତୋଷ ବରାଜ, ଜୟନ୍ତ ନାୟକ, କପିଳ ଖଣ୍ଡେଲୱାଲ, ମହାଦେବ ପାତ୍ର ତଥା ମଧୁବନ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ I
