Onn 3

ଅନିରୁଦ୍ଧ ସିଂହଙ୍କୁ କରସେବକ ସମ୍ମାନ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ବିଟିପୁର ଗ୍ରାମର ଅନିରୁଦ୍ଧ ସିଂହଙ୍କୁ ଅଯୋଧ୍ୟା କରସେବକ ସମ୍ମାନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ପ୍ରଦାନ କରାଯାଇଛି । ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଅବସରରେ ବରିଷ୍ଠ ରାଜନେତା ଶଶୀ କୁମାର ସାହୁ,ବିଦ୍ୟାମନ୍ଦିର ପରିଚାଳନା ସଭାପତି ଭାଗବତ ପଣ୍ଡା ପ୍ରମୁଖ ଏହି ସମ୍ମାନ ଶ୍ରୀ ସିଂହଙ୍କୁ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ;ଶ୍ରୀ ସିଂହ ଆଗରପଡ଼ା ଅଂଚଳରେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ୧୯୯୨ ମସିହା ଡ଼ିସେମ୍ବର ମାସ ୬ ତାରିଖରେ ବିଶ୍ୱ ହିନ୍ଦୁ ପରିଷଦ ଆହ୍ୱାନରେ ପ୍ରାକ୍ତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଶ୍ରୀ ସିଂହ ଅଯୋଧ୍ୟାରେ ଥିବା ବିବାଦୀୟ ବାବର ଢାଂଚା ଭାଙ୍ଗିବାର ସୋଭାଗ୍ୟ ପାଇଥିଲେ ।