ବାରିପଦା – ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ୭୧ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ସମବାୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ( ଆଇଏଏସ୍),, ମୁଖ୍ୟ ବକ୍ତା ଭାବେ ଯୁଗ୍ମ ନିବନ୍ଧକ , ସମବାୟ ସମିତି ସମୂହ,ବାରିପଦା ଶ୍ରୀକୃଷ୍ଣଚନ୍ଦ୍ର ଦାସ, ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ରାଇରଙ୍ଗପୁର ଶ୍ରୀ ଲକ୍ଷ୍ମୀଧର ରାଉତ,ଅନ୍ୟତମ ବକ୍ତା ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ସାରଙ୍ଗଧର ବେହେରା, ସମ୍ମାନିତ ଅତିଥି ଵହଳଦା କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଉତ୍ତମ ସୋ, ସମ୍ମାନିତ ଅତିଥି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ , ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ସଂପାଦକ ଶ୍ରୀ ଚୈତନ୍ୟ ପ୍ରସାଦ ସୋରେନ, ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ସଭାପତି ଶ୍ରୀ ପ୍ରଦୀପ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଅତିଥି ଗଣ କହିଥିଲେ ଅନ୍ନଦାତାମାନେ ହେଉଛନ୍ତି ଭାରତର ଆତ୍ମା ।ଚାଷୀ ହସିଲେ ଦେଶ ହସିବ । ଯେଉଁଠି କୃଷି ଓ କୃଷକ ର ଉନ୍ନତି ହୋଇଛି ପ୍ରଗତି ସେଠି ଅଧିକ ହୋଇଛି ।କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କୁ ସଶକ୍ତିକରଣ ପାଇଁ ଚିନ୍ତିତ ଥିବା ସହ ବହୁବିଧ ଯୋଜନା ଓ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ବିକଶିତ ଓଡ଼ିଶା ଗଠନରେ ସମଵାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ଯରେ ବିକ୍ରିବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟିରେ ଇ- ମାର୍କେଟିଂ ବ୍ୟବସ୍ଥା,ବୟନ, ମତ୍ସ୍ୟ,ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ,ରେଶମ,ତାଳଗୁଡ କ୍ଷେତ୍ରରେ ଉତ୍ପାଦନକାରୀ ମାନଙ୍କୁ ସମବାୟ ମାଧ୍ୟମରେ ସଂଗଠିତ କରାଯାଇ ବିପଣନ ବ୍ୟବସ୍ଥାର ସୁଦୃଢିକରଣ କରାଯାଉଛି । ବାମନଘାଟୀ ଉପଖଣ୍ଡରେ ୧୨ ଟି ମଣ୍ଡିରେ ଧାନ ମଣ୍ଡି ଖୋଲାଯାଇଛି । ରାଜ୍ୟ ସରକାର ଚାଷୀମାନଙ୍କ ବିକାଶ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା କୁ ବୃଦ୍ଧି କରିଛନ୍ତି ।ଧାନ କ୍ରୟ ସ୍ଵଚ୍ଛତା ପାଇଁ ପ୍ରତି ମଣ୍ଡିରେ ସରକାର ସିସି ଟିଭି ଲଗାଇବା ବ୍ୟବସ୍ଥା କରାଯାଇଛି । ଚାଷୀମାନେ ଯେଭଳି ଦଲାଲଙ୍କ ଶୋଷଣର ଶିକାର ନ ହୁଅନ୍ତି ସେଥିପାଇଁ ସମବାୟ ସମିତିର କର୍ମକର୍ତ୍ତାମାନେ ସଜାଗ ରହିବା ପାଇଁ ଗୁରୁତ୍ବ ଦେଇଥିଲେ ।ସମବାୟ ସମିତିର ସଦସ୍ୟ ମାନେ ପ୍ରଦାନ କରାଯାଉଥିବା ସୁବିଧା ଓ ସୁଯୋଗ ଉପରେ ବକ୍ତବ୍ୟ ରଖିଥିଲେ । ସମସ୍ତେ ମିଳିମିଶି କାର୍ଯ୍ୟ କଲେ ସମଵାୟ ସମିତିର ଉନ୍ନତି ସମ୍ଭବ ହୋଇ ପାରିବ ବୋଲି କହିଥିଲେ । ତଦସହ ମଣ୍ଡିରେ ଚାଷୀମାନଙ୍କୁ ସମ୍ମାନ ଦେବା ଓ ଉଚିତ ବ୍ୟବହାର ଦେଖାଇବା,ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ଏମଡି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଵାମନଘାଟୀ ଉପଖଣ୍ଡର ୧୨ ଟି ଲାମ୍ପର ଏମଡି, ଡାଇରେକ୍ଟର ସଦସ୍ୟମାନେ ଯୋଗ ଦେଇଥିଲେ । ପରିଚାଳନାରେ ରାଇରଙ୍ଗପୁର ଲାମ୍ପର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।