Onn 3

ବଲ୍ଲଭୀଦେବୀ ମହିଳା ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜର ବାର୍ଷିକ ଉତ୍ସବ

State

ନିଶ୍ଚିନ୍ତକୋଇଲି : ନତକାଇ ପଞ୍ଚାୟତ ବାଣୀନଗର ଠାରେ ଥିବା ବଲ୍ଲଭୀଦେବୀ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ସମୂହ ର ବାର୍ଷିକ ଉତ୍ସବ ଏବଂ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଡ଼ିଗ୍ରୀ କଲେଜ ଅଧ୍ୟକ୍ଷା ଡ଼ଃ.ପୁଷ୍ପିତା ଜେନାଙ୍କ ସଭାପତିତ୍ୱରେ ଏଥ୍‌ôରେ ମୂଖ୍ୟ ଅତିଥି ଭାବେ ଶକ୍ତି ,ଶିଳ୍ପ, ଲଘୁ , ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ-ଓଡ଼ିଶା କାର୍ଯ୍ୟକ୍ରମ ରେ ଯୁବ ଶକ୍ତି ଜାଗ୍ରତ ହୋଇ କିପରି ଦେଶ ସେବା ବ୍ରତୀ ହେବେ ଏବଂ ଆଗାମୀ ଦିନରେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଇ ନୂଆ ସମ୍ଭାବନା ସୃଷ୍ଟି କରିବେ ସେ ନେଇ ତାଙ୍କ ପରିକଳ୍ପନାକୁ ସମସ୍ତେ ମିଶି କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ଏହାଛଡ଼ା ରାଜ୍ୟରେ ନୂତନ ଶିଳ୍ପ ସୃଷ୍ଟି କରାଯାଇ ଓଡ଼ିଶା ଯୁବକ ଯୁବତୀ ମାନଙ୍କୁ କିଭଳି ଆତ୍ମନିର୍ଭରଶୀଳ କରାଯିବ ସେ ନେଇ ସରକାର ଯତ୍ନବାନ ରହିଥିବା ପ୍ରକାଶ କରିଥିଲେ । ଏଥ୍‌ôରେ ମୁଖ୍ୟବକ୍ତା ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଅଧ୍ୟୟନରତ ଛାତ୍ରୀମାନେ ଯେଭଳି ସମସ୍ତ ସମସ୍ୟାର ମୁକାବିଲା କରିପାରିବେ ସେଥିପାଇଁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ଚଳଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ସରପଞ୍ଚ ଜୟଦେବ ରାଉତ, ସମିତିସଭ୍ୟା ସରସ୍ୱତୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ନିବେଦିତା ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ସୂର୍ଯ୍ୟମଣୀ ସ୍ୱାଇଁ, ସୁବ୍ରତ ସ୍ୱାଇଁ, ସୁବାଶିଷ ଦାସ, ଅଧ୍ୟାପିକା ସୁପ୍ରଭା ଜେନା, ପ୍ରଭାତୀ ଭୂୟାଁ, ଜୟନ୍ତୀ ସାହୁ, ଅଶୋକ ରାଉତ , ବଟକୃଷ୍ଣ ରାଉତ,ସୁଧାଂଶୁ ବେଜ,ଜ୍ୟୋତିରଂଜନ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାର୍ଷିକ କ୍ରୀଡ଼ାରେ କୃତୀ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟାପିକା ରିତା ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।