ସେହିପରି ଗୁରୁବାର ପୁରୁଷ ଯୁଗଳ ପ୍ରତିଯୋଗିତାର ସେମିଫାଇନାଲରେ ପରାସ୍ତ ହୋଇ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବୁଧବାର ସେ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ମନୀଷା ରାମଦାସଙ୍କ ସହ ସେମିରେ ପରାସ୍ତ ହୋଇ ପ୍ରଥମ କାଂସ୍ୟ ଜିତିଥିଲେ। ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ । ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଗୋଲଡ୍ ମେଡାଲ ପାଇଥିଲେ ଓଡ଼ିଶାର ଏହି ଖେଳାଳି ।
ସେପଟେ ମୁଖ୍ୟମନ୍ତ୍ରୀ ପାରା ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ପ୍ରମୋଦଙ୍କ ଏହି ଉଲ୍ଲେଖନୀୟ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିଛି। ପ୍ରମୋଦଙ୍କ ଏହି ସଫଳତା ଅନ୍ୟ କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ୨୦୨୪ ପ୍ୟାରିସ ଅଲମ୍ପିକ୍ସ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରସ୍କାର ରାଶି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମୋଦ । ଏହି ପ୍ରୋତ୍ସାହନ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ପ୍ରମୋଦ କହିଛନ୍ତି।
Congratulate ace para-shuttler from #Odisha, @PramodBhagat83 on clinching Gold Medal in Badminton Men’s Singles SL3 category at the #AsianParaGames. May his remarkable feat inspire sportspersons to bring laurels to the state and the country. Wish him best for the future. pic.twitter.com/i4DrvCs44E
— Naveen Patnaik (@Naveen_Odisha) October 27, 2023