ବାରିପଦା : ନିଖିଳ ଓଡିଶା ସ୍ନାତକତ୍ତୋର ଛାତ୍ର ସଂଘର ଅଧ୍ୟକ୍ଷ ଶ୍ରୀ ବିକ୍ରମ ବେଶ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଇଗଣବାଡିଆ କଲେଜ ଓ ବାଙ୍ଗ୍ରିପୋଷି ଲକ୍ଷ୍ମୀକାନ୍ତ କଲେଜର ଅଧ୍ୟକ୍ଷା ଡ଼ଃ ସଂଯୁକ୍ତା ମହାନ୍ତି ଓ ଡ଼ଃ ପୁଷ୍ପରାଣୀ ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ମୁଖ୍ୟ ଦାବି ହେଉଛି, ସନ୍ତାଳୀ ଭାଷାକୁ ଏହି ଦୁଇ କଲେଜର +୨ ଓ +୩ ଶ୍ରେଣୀରେ ପାଠ୍ୟକ୍ରମରେ ମାତୃଭାଷା, ଇଚ୍ଛାଧିନ ବିଷୟ ଓ ସମ୍ମାନ ସ୍ତରରେ ଅନ୍ତର୍ଭୁକ୍ତ କରାଯାଉ। ଏହାକୁ ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ଆରମ୍ଭ କରିବା ପାଇଁ ଅବଶ୍ୟକ ପଦକ୍ଷେପ ନିଆଯିବାର ଦାବି ହୋଇଛି।
ସ୍ମାରକପତ୍ରରେ ଛାତ୍ରମାନେ ଜଣାଇଛନ୍ତି ଯେ ଏହି କଲେଜମାନଙ୍କରେ ବହୁସଂଖ୍ୟାର ସନ୍ତାଳୀ ଛାତ୍ର ଅଛନ୍ତି।
ସନ୍ତାଳୀ ଭାଷା ପାଠ୍ୟକ୍ରମର ଅଭାବର ଫଳରେ, ସନ୍ତାଳୀଭାଷୀ ଛାତ୍ର-ଛାତ୍ରୀ ଏକ ଅପୂରଣୀୟ କ୍ଷତି ସମ୍ମୁଖୀନ ହେଉଛନ୍ତି। ସେମାନେ ନିଜ ମାତୃଭାଷା ପଢିବା ପ୍ରତି ଆଗ୍ରହୀ ହେଲେ ମଧ୍ୟ, ସେଠାରେ ଏହାର ଅଭାବ ହେତୁ ସୁଯୋଗରୁ ବଞ୍ଚିତ ହେଉଛନ୍ତି।
ଏହି ପ୍ରତିନିଧି ଦଳରେ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡମୁରଡିହା ଗ୍ରାମ ପଞ୍ଚାୟତର ସରପଞ୍ଚ କାମେଶ୍ୱର ହେମ୍ବ୍ରମ, ସିମଲ ସୋରେନ, ଦୁର୍ଗା ଚରଣ ବାସ୍କେ, ଦିନବନ୍ଧୁ ମୁର୍ମୁ, ଓ ପଞ୍ଚୁ ଟୁଡୁ ଉପସ୍ଥିତ ଥିଲେ। ଏହା ଛାଡ଼ା, ଦୁଇ କଲେଜର ଅନେକ ସନ୍ତାଳୀ ଛାତ୍ର-ଛାତ୍ରୀ ମଧ୍ୟ ଯୋଗଦେଇଥିଲେ।
ଉଭୟ କଲେଜର ଅଧ୍ୟକ୍ଷା ମହାଦୟା ଡ଼ଃ ମହାନ୍ତି ଓ ଡ଼ଃ ପାତ୍ର ସଂଘଙ୍କ ଦାବିକୁ ସମୀକ୍ଷା କରିବାକୁ ଆଶ୍ୱାସନା ଦେଇଥିଲେ।