ଉଲ୍ଲେଖ ଥାଉ କି ରାଉରକେଲାର ରଶ୍ମିରଂଜନ ନ୍ୟାସନାଲ ପୁଲିସ୍ ଏକାଡେମୀ (ହାଇଦ୍ରାବାଦ) ରେ ତାଲିମ ସମାପ୍ତ କରିବା ପରେ ତାଙ୍କୁ ସର୍ବୋତ୍ତମ କ୍ୟାଡେଟ୍ ପୁଲିସ୍ ଅଧିକାରୀ ସମ୍ମାନ ମିଳିଥିଲା | ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ । ସେ ଏସଏସପି ଲେହ, ପୁଞ୍ଚ ଏବଂ ରାମବନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜୁନ୍ ୨୦୨୦ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବାବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା | ବିଶେଷ କରି ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ହେଉ କିମ୍ବା ଆତଙ୍କବାଦୀଙ୍କ ବାବଦରେ କଡା କାର୍ଯ୍ୟାନୁଷ୍ଠାନ ନେବାରେ ରଶ୍ମିରଞ୍ଜନଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି |