ନୂଆଦିଲ୍ଲୀ: ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ ଅକ୍ଷରଧାମ ଦର୍ଶନ କରିବା ପରେ ବେଶ ଖୁସି ଥିଲେ ।
ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ସମେତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ମନ୍ଦିରର ମୁଖ୍ୟ ଦ୍ବାରା ‘ମୟୂର ଦ୍ବାର’ରେ ତାଙ୍କୁ ସ୍ବାଗତ କରାଯାଇ ପାଛୋଟି ନିଆଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିଲା ।