Onn 3

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁଇ ଦୁର୍ବୃତ୍ତ

Crime State

ସୋର: ସୋରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଆଉ ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି  । ଯୁବକ ଜଣକ ଖଣ୍ଡାସାହି ଗାଁର ଗଣେଶ ସିଂ ବୋଲି ଜଣାପଡିଛି  ।

ସୂଚନା ମୂତାବକ ବାଲେଶ୍ୱର ପୁରୁଣା ବଜାରର ଦୁଇ ଜଣ ମଦ ମାଫିଆ ଅତର୍କିତ ଭାବରେ ଆସି ଦେଶୀ ମଦ କାଉଣ୍ଟର ଆଗରେ ଛିଡା ହୋଇଥିବା ଖଣ୍ଡାସାହି ଗ୍ରାମର ଗଣେଶ ସିଂଙ୍କ ମୁଣ୍ଡକୁ ହାଣି ଦେଇଥିଲେ । ଦେଶୀ ମଦ କିଣାବିକାକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି  । ସେପଟେ ଆକ୍ରମଣ ପରେ ଅଭିଯୁକ୍ତ ଦୁଇ ଜଣ  ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।