ବାରିପଦାଷ ସ୍ଥାନୀୟ ତକତପୁର ସ୍ଥିତ ଏମ୍. ପି. ସି. ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପଡିଆ ରେ ୭୬ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ ସି ସି ) ଦିବସ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରୋଫେସର ଡାଃ. ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ତାଙ୍କର ଅଭିଭାଷଣ ମାଧ୍ୟମରେ କ୍ୟାଡ଼େଟ୍ ମାନଙ୍କୁ ସତ୍ ମାର୍ଗ ଅନୁସରଣ କରିବା ପାଇଁ ଉତ୍ସାହିତ କରିଥିଲେ ଏବଂ ତାଙ୍କ ସହିତ ଏନ୍. ସି. ସି ଅଫିସର ଏ.ଏନ୍. ଅ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ପୂର୍ବତନ ଏନ୍.ଅ ମେଜର ପ୍ରଣବ କିଶୋର ମହାପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଆଜିକାର ପ୍ୟାରେଡ ରେ ଏନ୍. ସି. ସି ସିନିୟର ବିଭାଗ ର ପୁରୁଷ ଗ୍ରୁପ ଏବଂ ମହିଳା ଗ୍ରୁପ ତତ୍ ସହିତ ପୁରାତନ କେଡେଟ୍ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଜିକାର ପ୍ୟାରେଡ କୁ ଏସ୍. ୟୁ. ଅ ପ୍ରକାଶ ମାଝୀ ଏବଂ ଜେ. ୟୁ. ଅ ସେବକ ସେଠି ପରିଚାଳନା କରିଥଲେ। ବିଭିନ୍ନ ବର୍ଗର କ୍ୟାଡ଼େଟ୍ ମାନଙ୍କୁ ସାଟିଫିକେଟ ଏବଂ ଟ୍ରଫି ପ୍ରଦାନ କରା ଯାଇଥିଲା। ପୁରାତନ କ୍ୟାଡ଼େଟ୍ ଏବଂ ଵର୍ତମାନ ର କ୍ୟାଡ଼େଟ୍ ମାନଙ୍କୁ ନେଇ ଏକ ଗେଟ୍ ଟୁଗେଦର୍ ଆୟୋଜନ କରାଯାଇଥିଲା। ଏଥି ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ପୁରାତନ କ୍ୟାଡ଼େଟ୍ କମଳେନ୍ଦୁ ବେହେରା, ସମିର୍ ସାହୁ, ନନ୍ଦ କିଶୋର ବେହେରା, ସୁବ୍ରତ ଜିୟୁ, ରାକେଶ କୁମାର ବେହେରା, ପଙ୍କଜ କୁମାର ବେହେରା, ସୌରଭ କୁମାର ଆଢ଼ିଅ, ଦେବାଶିଷ ପରିଡା, ଶିବଦତ୍ତ ମହାନ୍ତ, ଜ୍ୟୋତିର୍ମୟୀ ମହାନ୍ତି, ନିର୍ମଳ କୁମାର ବାରିକ, ତରୁଣ କୁମାର ଭକ୍ତା, ବୈଦ୍ୟନାଥ ସିଂ, ଭାଗ୍ୟଜ୍ୟୋତି ରଞ୍ଜନ ଦେଓ ଏବଂ ପୁରାତନ ଛାତ୍ର ଗଣ।