Image 14

ପୁରୀରେ ଜଳିଗଲା କବାଡିଆ ଦୋକାନ

State

ପୁରୀ: ପୁରୀ କୁମ୍ଭାରପଡା ଥାନା ଆଲାମଚଣ୍ଡୀ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ ।  ଜଳିଗଲା କବାଡିଆ ଦୋକାନ ଦୀର୍ଘ ଏକ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଏକ ଘରେଇ ହସ୍ପିଟାଲ ସହିତ ମନ୍ଦିର ଓ ଅନେକ ଦୋକାନ ରହିଛି  । ମେଡିକାଲ ଓ ଦୋକାନ ଗୁଡ଼ିକର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଅଗ୍ନିକାଣ୍ଡରେ କବାଡ଼ି ଖାନା ଦୋକାନର ପ୍ରାୟ ୭୦ ହଜାର ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି ।  ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ନିଆଁର ପ୍ରକୋପ ଏତେ ଥିଲା ଯେ, ଧୂଆଁରେ ଆଛାଦିତ ହୋଇଛି ପୁରା ଆକାଶ ।