Medical 1724210073 750x430 1

ଚିକିଟି ମଦ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

State

ବ୍ରହ୍ମପୁର:ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ l ମାଉନ୍ଦପୁରର ରାଜେନ୍ଦ୍ର ସାହୁକୁ ଗିରଫ କଲା କେ.ନୂଆଗାଁ ପୋଲିସ l ମୁଖ୍ୟ ଅଭିଯୁକ୍ତଠାରୁ ମଦ ଆଣି ବିକ୍ରି କରୁଥିଲା ରାଜେନ୍ଦ୍ର l ପୂର୍ବରୁ ମଦମୃତ୍ୟୁ ମାମଲାରେ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ l ଏହାକୁ ମିଶେଇ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି l

ସୂଚନାଯୋଗ୍ୟ ଯେ, ଚିକିଟି ମଦ ମୃତ୍ୟୁ ମାମଲାରେ ଆରଡିସି ସ୍ତରୀୟ ତଦନ୍ତ ହେବାନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ଆରଡିସି ସ୍ତରୀୟ ତଦନ୍ତର ରିପୋର୍ଟ ୨ ମାସ ମଧ୍ୟରେ ଆସିବ। ସେପଟେ ବେଆଇନ ମଦ କାରବାରକୁ ଭାଙ୍ଗିକି ଚୁରମାର କରିଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏଯାବତ ୨୧୭ଟି ଚିହ୍ନଟ ହୋଇଥିବା ବେଆଇନ ଭାଟି ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

କହିରଖୁଛୁ ଯେ, ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଉକ୍ତ ମାମଲାରେ ୮ ଜଣଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୋଲିସ l