ବାରିପଦା : ସ୍ଥାନୀୟ ମହାରାଜା କୃଷଚନ୍ଦ୍ର ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଙ୍କ ପାଇଁ ଉଦିଷ୍ଟ ସଭା ଗୃହରେ ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏମ ପି ସି କମର୍ସ ଆଲୁମିନି ଟ୍ରଷ୍ଟର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଡିଭିଜନାଲ ରେଲୱେ ଉଜ୍ୱର୍ସ କନସାଲଟେଟିଭ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ଏବଂ ଦିଲ୍ଲୀ ଯାଇ ମୟୁରଭଞ୍ଜରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ଇସ୍ପାତ ଓ ଭାରି ଉଦ୍ୟୋଗ ମନ୍ତ୍ରୀ କୁମାର ସ୍ୱାମୀ ଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବାରୁ ଆଲୁମନି ଏସସିଏସନର ଅଧକ୍ଷ ଡ଼ଃ ଈଶ୍ୱର ଚନ୍ଦ୍ର ଜେନା ଓ ସମ୍ପାଦକ ଡ଼ଃ ଉପେନ୍ଦ୍ର ନାଥ ସାହୁ ତାଙ୍କୁ ପୁଷ୍ପାଗୁଚ୍ଛ ଦେଇ ସମ୍ମାନିତ କରିଥିଲେ I ଉପସ୍ଥିତ ସମସ୍ତ ସଦସ୍ୟ ରାତ୍ରିକାଳୀନ ବାଙ୍ଗିରପୋଷିରୁ ପୁରୀ ପାଇଁ ଏକ ନୂତନ ରେଳ ଚଳାଚଳ ନିଅନ୍ତେ ଦାବି ଉଠାଇଥିଲେ I ଜୀବନ କୁମାର ସାହୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ଏହି ଦାବି ସମ୍ପର୍କରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆବାହଜ ପୁର୍ନେନ୍ଦୁ କୁମାର ଦାସ, କୋଷାଧକ୍ଷ ଜ୍ଞାନରଞ୍ଜାନ ପଣ୍ଡା, ପ୍ରଦୀପ କୁମାର ପାଣିଗ୍ରାହୀ, ଚିନ୍ମୟ ଦାସ ପଟ୍ଟନାୟକ, ରାଜୀବ କୁମାର ପାତ୍ର, ସୁଜିତ କୁମାର ଭଞ୍ଜ, ସର୍ବୋତଶ ଦାଶ, ସଂଜୀବ କୁମାର ଆଚାର୍ଯ୍ୟ, ପ୍ରଭାତ କୁମାର ସାହୁ, ନଚିକେତା ଦାସ,ଅକ୍ଷୟ କୁମାର ଅଗ୍ରୱାଲ ଓ ପଙ୍କଜ କୁମାର ମହାପାତ୍ର ପ୍ରମୁଖ ପୁରାତନ ଛାତ୍ର ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ I ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |
