Img 20250428 wa0175

ପହଲଗାମରେ ଆତଙ୍କୀ ଙ୍କ ଗୁଳିରେ ପ୍ରାଣ ହରାଇଥିବା ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି

State
ବାରିପଦା : ରେଡ ଗ୍ରୀନ ଫାଉଣ୍ଡେସନ ଓ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ତତସହିତ ସେମାନଙ୍କର ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ଜୟ ପ୍ରକାଶ ମହାନ୍ତ, ଅରବିନ୍ଦ ମୁଖି, ରୁମା ବାରିକ, ଭାସ୍ବତୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ବିଜୟଲକ୍ଷ୍ମୀ ନାୟକ, ରାଜାରାମ ମାର୍ଣ୍ଡି ଓ ଦିପୁ ମୁଖି ପ୍ରମୁଖ ଉପସ୍ଥିତ ଥିଲେ I