ରବିବାର ବିଳମ୍ବିତ ରାତିରେ ପିପୁଲ୍ସ ଜଷ୍ଟିସ ପାର୍ଟି କଂଗ୍ରେସରେ ଏକ ଅଭିଭାଷଣ ଦେଇ ଅନୱାର ଏହି ଘୋଷଣା କରିଛନ୍ତି। ଆସନ୍ତା ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ମାଲେସିଆ ସରକାର ଭିସା ମୁକ୍ତ କରୁଛନ୍ତି। ଏଥିସହ ୩୦ ଦିନର ରହଣି ସୁବିଧା ମଧ୍ୟ ରଖାଯାଇଛି। କିନ୍ତୁ କେତେ ଦିନ ପର୍ଯନ୍ତ ଭିସା ମୁକ୍ତ ସେବା ରହିବ, ସେନେଇ କୌଣସି ଘୋଷଣା କରିନାହାନ୍ତି ମାଲେସିଆ ସରକାର।
ପ୍ରକାଶ ଥାଉ କି, ମାଲେସିଆରେ ଚୀନ ଏବଂ ଭାରତ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ବୃହତ୍ତମ ଉତ୍ସ ବଜାର। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ମାଲେସିଆକୁ ୯୧.୬ ଲକ୍ଷ ପର୍ଯ୍ୟଟକ ଭ୍ରମଣ କରିଛନ୍ତି। ସେଥିମଧ୍ୟରୁ ଚାଇନାରୁ ୪ ଲକ୍ଷ ୯୮ ହଜାର ୫୪୦ ଜଣ ପର୍ଯ୍ୟଟକ ଥିବାବେଳେ ଭାରତରୁ ୨ ଲକ୍ଷ ୮୩ ହଜାର ୮୮୫ ଜଣ ପର୍ଯ୍ୟଟକ ଅଛନ୍ତି।
ଏହା ପୂର୍ବରୁ ଥାଇଲ୍ୟାଣ୍ଡ ସରକାର ନଭେମ୍ବର ୧୦, ୨୦୨୩ରୁ ମେ ୧୦, ୨୦୨୪ ପର୍ଯ୍ୟନ୍ତ
ଭାରତୀୟମାନଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଥିଲା। ଶ୍ରୀଲଙ୍କା ମଧ୍ୟ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଭାରତ, ଚୀନ୍ ଏବଂ ଋଷ ସମେତ ସାତୋଟି ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କରିଛି।