Onn 3

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସେରିକଲଚର ଆସିଷ୍ଟାଣ୍ଟ ଡାଇରେକ୍ଟର

Crime State

ବାରିପଦା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବାରିପଦା ସେରିକଲଚର କାର୍ଯ୍ୟାଳୟର ଫିଲ୍ଡ ଆସିଷ୍ଟାଣ୍ଟ ତଥା ଆସିଷ୍ଟାଣ୍ଟ ଡାଇରେକ୍ଟର ବିଭୁତି କୁମାର ମଲିକ । ଜିଲା ମିନରାଲ ଫଣ୍ଡସ ଅନ୍ତର୍ଗତ ମୟୁରଭଞ ଜିଲା ବିଶୋଇ , କୁସମୀ ଏବଂ ବହଳଦା ବ୍ଲକ ରେ ୧୫୦୦ ହେକ୍ଟର ଅଞ୍ଚଳରେ ଟସର ସିଲ୍କ ପ୍ଲାନ୍ଟେସନ ର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଶ୍ରୀ ମଲିକ ରୁରାଲ ରିସର୍ଚ ଡେଭଲପମେଣ୍ଟକାଉନସିଲ , ମୟୁରଭଞ(ଟସର) ର ଜେନୈକ ସଦସ୍ୟ ଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଦାବୀ କରିଥିଲେ । ଏହାକୁ ନେଇ ଉକ୍ତ ସଦସ୍ୟ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ।

ଆଜି ଦାବୀ ମୁତାବକ ଉକ୍ତ ସଦସ୍ୟ ଦେଢଲକ୍ଷ ଟଙ୍କା ଶ୍ରୀ ମଲିକ କୁ ଦେଉଥିବା ସମୟରେ ଭିଜିଲାନ୍ସ ବିଭାଗ ର ଏକ ଟିମ ତାଙ୍କୁ ରଙ୍ଗେ ହାତ କାବୁ କରିନେଇଥିଲେ । ଏଥି ସହିତ ଶ୍ରୀ ମଲିକ ଙ୍କ ବାରିପଦା ସ୍ଥିତ ଦେବେନ୍ଦ୍ରପୁର ଠାରେ ଥିବା ନିଜ ଘର ଏବଂ ତାଙ୍କ ପୈତୃକ ଗ୍ରାମ ଭଦ୍ରକ ଜିଲା ଧାମନଗର ର ପଢାନି ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କାଳୀନ ଚଢାଉ ଚଢାଉ କରାଯାଇଅଛି । ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର ୩୪/୨୯-୧୨-୨୦୨୩ ରେ ଏକ ମାମଲା ରୁଜୁ କରାଯିବା ସହିତ ଶ୍ରୀ ମଲିକ ଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ କୁ ଚାଲାଣ କରାଯାଇଅଛି ।