Onn 3

ପି.ପି କଲେଜର ବାର୍ଷିକ ଉତ୍ସବ, ନୂଆ-ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ଏବଂ ସମନ୍ୱିତ ଯୁବ ବିକାଶରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ଶତପଥୀଙ୍କ ସଭାପତିତ୍ୱ ଏବଂ ନୂଆ-ଓ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ. ଅଲେଖଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ଶକ୍ତି,ଶିଳ୍ପ,ଲଘୁ,ମଧ୍ୟମ,ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ଶିକ୍ଷା ସହିତ ବୈଷୟିକ ଜ୍ଞାନ ଆହରଣ କରି ଆତ୍ମନିର୍ଭରଶୀଳ, ସ୍ୱରୋଜଗାରକ୍ଷମ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ବିଜେଡ଼ି ସରକାର ଶିଳ୍ପ କ୍ଷେତ୍ରରେ ସଫଳତା ପାଇଁ ଯେଉଁ ଅଦ୍ଭୁତପୂର୍ବ ସୁବିଧା ଓ ସୁଯୋଗ ସୃଷ୍ଟି କରିଛନ୍ତି ସମ୍ପ୍ରତି ଯୁବ ପିଢି ସେଥିରେ ସମ୍ପୃକ୍ତି ହେଲେ ଏକ ବିକଶିତ ରାଜ୍ୟ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏଥ୍‌ôରେ ମୁଖ୍ୟ ବକ୍ତା ଭାବେ ମାହାଙ୍ଗା ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନ ପ୍ରତି ଗୁରୁତ୍ୱ ଦେବାକୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, କଲେଜ ପ୍ରତିଷ୍ଠାତା ପିତାମ୍ବର ସାହୁ, ପରିଚାଳନା କମିଟିର ସଭାପତି ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ର, ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା,ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ, ସମିତିସଭ୍ୟ ପ୍ରଦୋଷ ସାହୁ, ଅଧ୍ୟାପକ ପ୍ରଶାନ୍ତ ଭାରତୀ, ଦୀପକ ଦ୍ୱିବେଦୀ, ଶିଶିର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ +୨ ବିଭାଗରେ ଆଶିଷ ନାୟକ ଓ +୩ ବିଭାଗରେ ସିମିରନ୍ ପଣ୍ଡା ଚମ୍ପିୟନ ଆଖ୍ୟା ଅର୍ଜନ କରି ପୁରସ୍କୃତ ହୋଇଥିଲେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ଦେବଜାନୀ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ ।