Onn 3

ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା: ମ୍ୟାନେଜରଙ୍କ ସମେତ ୧୦ ଗିରଫ

Crime State

ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ । ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ । ଏହି ୧୦ଜଣଙ୍କ ମଧ୍ୟରେ ବାର୍ ମ୍ୟାନେଜର, କର୍ମଚାରୀ ଓ ବାଉଁସର ଥିବା ପୁଲିସ କହିଛି।

ଏହି ଘଟଣା ସମ୍ପର୍କରେ ଅବକାରୀ ବିଭାଗକୁ ଅବଗତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁମାନେ ଅଧରାତି ପର୍ଯ୍ୟନ୍ତ ବାର୍ ଖୋଲୁଛନ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ସେମାନେ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିସନରେଟ୍ ପୁଲିସ । ଆବଶ୍ୟକ ସ୍ଥଳେ ବାର ଲାଇସେନ୍ସ ହେବ ରଦ୍ଦ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।