ବାରିପଦା: ସ୍ଥାନୀୟ ଶରତ ଚନ୍ଦ୍ର ବିଦ୍ୟାପୀଠରେ ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପାଠ୍ୟକ୍ରମ ଆଧାରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ ଦିନ ଧରି ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି I ଏଥିରେ ଜିଲ୍ଲାର ମୋଟ ୨୦ ଟି ବ୍ଲକରୁ ମନୋନୀତ ୪୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ଶିବିରଟି ଅନୁଷ୍ଠିତ ହୋଇଥିଲା I ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ରବିକାନ୍ତ ମହାପାତ୍ର, ରଞ୍ଜନ କୁମାର ସ, ମଙ୍ଗୁଳଚରଣ ପାତ୍ର ଓ ତୁଳସୀ ପ୍ରସାଦ ଦାସ ଯୋଗ ଦେଇଥିଲେ I ପ୍ରଶିକ୍ଷଣ କାର୍ଯ୍ୟର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଇଂରାଜୀ ଭାଷା ପ୍ରଶିକ୍ଷକ ଜୟଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିଥିଲେ I ତାଲିମ ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ଉଦଘାଟନ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ପରିଦର୍ଶନ କରିଥିଲେ I ତାଲିମ ଶିବିର ଦାୟିତ୍ୱରେ ଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଶିକ୍ଷା ସଂଯୋଜିକା ଶୈଳବାଳା ବେହେରା ଓ ଶିକ୍ଷକ ଦିଲ୍ଲୀପ କୁମାର ଘୋଷ ଉପସ୍ଥିତ ରହି ପ୍ରଶିକ୍ଷଣର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନାରେ ସହଯୋଗ କରିଥିଲେ I ଏହି ତାଲିମ କାର୍ଯ୍ୟକ୍ରମଟି ପର୍ଯ୍ୟା୍ୟକ୍ରମେ ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧ୍ୟମରେ ୯ ସପ୍ତାହ ଧରି ଅନୁଷ୍ଠିତ ହେବ I ଇଂରାଜୀ ଭାଷା ଶିକ୍ଷାକ୍ଷେତ୍ରରେ ଏହା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ପ୍ରଶିକ୍ଷାର୍ଥୀମାନେ ମତ ଦେଇଥିଲେ I