Img 20241122 Wa0230

ଝିଅର ଜନ୍ମଦିନରେ ରକ୍ତଦାନ କଲେ ପିତା ଓ ଭାଇ

State

ବାରିପଦା : ସ୍ଥାନୀୟ ବାରିପଦା ରକ୍ତ ଭଣ୍ଡାର କେନ୍ଦ୍ରରେ ଆର କେ ଫାଉଣ୍ଡେସନ ଆନୁକୂଲ୍ୟରେ ଝିଅ ଆୟେଷାର ୧୪ ତମ ଜନ୍ମଦିରେ ପିତା ସମାଜସେବୀ ଅମର କୁମାର ସେଠି ଓ ଭାଇ ଅବିନାଶ ସେଠି ରକ୍ତଦାନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଥିଲେ I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ I ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଡଃ ଶ୍ୟାମସୁନ୍ଦର ଖଣ୍ଡେଲୱାଲ, ଡଃ ସୌମ୍ୟ ରଞ୍ଜନ ନାୟକ, ୧ ନଂ ୱାର୍ଡ କାଉନସିଲର ତଥା ଝିଅର ମା ସୁକେଶିନୀ ସେଠି, ଇ. ବିପ୍ଳବ ଭୁଗୁଡେଇ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଆୟେଷାକୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଥିଲେ I ଏହି ଶିବିରରେ ଜଣେ ମହିଳା ସମେତ ମୋଟ ୩୩ ଜଣ ରକ୍ତଦାନ କରିଥିଲେ I ରକ୍ତ ଭଣ୍ଡାରର ରୁଚିକା ଖୁରାନା, ପୁଣ୍ଡାରୀକାକ୍ଷ ଦାସ ଓ ପାର୍ଥସାରଥୀ ମହାନ୍ତ ରକ୍ତ ସଂଗ୍ରହ କରିଥିଲେ I ମଙ୍ଗଲ ହାଁସଦା, ଅଲ୍ଲୀ ଖାନ, ଦିବ୍ୟ ରଞ୍ଜନ ଦାସ, ପ୍ରକାଶ ପାତ୍ର, ଆଶୀର୍ବାଦ ଦାସ, ଗୌରବ ମୋଦି ଓ ମନୀଷ ଖଣ୍ଡେଲୱାଲ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I