Img 20241122 Wa0202

ବାରିପଦା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ – ୧୫୪ ଟି ପ୍ରକଳ୍ପ ପ୍ରଦର୍ଶିତ

State

ବାରିପଦା – ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ମ୍ୟୁନିସିପାଲିଟି ଓ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ବ୍ରଜମୋହନ ମୁର୍ମୁ ଓ ଡଃ ସ୍ନେହଲତା ବେହେରା ଉପସ୍ଥିତ ଥିଲେ I ଏହି ପ୍ରଦର୍ଶନୀରେ ମୋଟ ୧୫୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ୭ ଟି ଉପ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ହେଲେ ଜି ପି ଉଚ୍ଚ ବିଦ୍ୟାଳୟ, ଚନ୍ଦନପୁରର ଲିକୁନ କୁମାର ଜେନା, ଏମ କେ ସି ଉଚ୍ଚ ବିଦ୍ୟାଳୟର ଲାବଣ୍ୟ ଦଳେଇ, ଓଡିଶା ଆଦର୍ଶ ବିଦ୍ୟାଳୟର ବିବେକ କୁମାର ସାଓ , ବଳାଙ୍ଗୀ ଉଚ୍ଚ ବିଦ୍ୟାଳୟର ପାର୍ବତୀ ମୁର୍ମୁ, ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟର ଆୟୁଷ୍ମାନ ବାରିକ, ଏସ କେ ସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ବାରିକ, ଏବଂ ଏମ କେ ସି ଉଚ୍ଚ ବିଦ୍ୟାଳୟର ଦିବ୍ୟାଂଶୁ ବାରିକ I ଏହି ୭ ଜଣ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ପୁରସ୍କାର ବିତରଣ କରିଥିଲେ I ତତସହିତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡାକୁଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ଓ ସମସ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ମିଳିତ ଭାବେ ‘ନିପୁନ ଓଡିଶା’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ I ବିଚାରକ ଭାବେ ଯୋଗ ଦେଇ ନଳିନୀ ଚୌଧୁରୀ, ଜଗନ୍ନାଥ ସାହୁ, ଅଜିତ ଜେନା ଓ ଦିଲ୍ଲୀପ ମିଶ୍ର ଶ୍ରେଷ୍ଠ ପ୍ରକଳ୍ପ ମାନ ବାଛିଥିଲେ I ଗୌତମ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ରତ୍ନା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ I