ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ରେ ବିଜାତଳାବ୍ୟାଙ୍କ ଅଫ ଇଣ୍ଡିଆ ଉପରେ 12ଟି ପଂଚାୟତ ଲୋକ ମାନେ ନିର୍ଭର କରିଥାନ୍ତି l ଅଧିକକାଶ ସମୟ ରେ ଲିଙ୍କ ଫେଲ ଯୋଗୁଁ ବ୍ୟାଙ୍କ ରୁ ଟଙ୍କା ଉଠାଣ, ଜମା ଗ୍ରହଣ ଓ ଟଙ୍କା ଟ୍ରାନ୍ସଫର ଭଳି ସମସ୍ୟା ରେ ଆଉଟପାଉଟ ହେଉଛନ୍ତି ଶହ ଶହ ଗ୍ରାହକ l କେୟାସି ଆପଡେଟ ପାଇଁ 15ଦିନ ଲାଗୁଚି l ପାଖରେ ଏଟିମ ସ୍ଥାପନ କରାଯାଇଛି lହେଲେ ଏଟିଏମ ବାରମ୍ବାର ଅଚଳ ସାଙ୍ଗ କୁ ଟଙ୍କା ରହୁ ନ ଥିବା ଯୋଗୁଁ ଅଂଚଳବାସୀ ହଇରାଣ ହେଉଛନ୍ତି lବିଜାତଳା ସାପ୍ତାହିକ ହାଟରେ ବ୍ଲକ ଅଂଚଳର 12ଟି ପଞ୍ଚାୟତ ବିଜାତଳା, ବଣକାଟି, ମୁଣ୍ଡାଠାକୁରା, ଲୁହାଶିଳା, ଖନ୍ତ, ନୁସାଡ଼ିହି, ଚଢେଇପାହାଡି, ସରଗଡା, ମଢେଇକଚା, ମାଣିକପୁର, ରାଇହରି, ବଡ଼ଝରଣ ସମେତ ବିଶୋଇ ବ୍ଲକର ଲୁହାକାନି, ବଡ଼ମାଣଦା, ଅସନା, ଗ୍ରାମପଞ୍ଚାୟତ ଏବଂ କୁସୁମୀ ବ୍ଲକର ସୁଲେଇପାଟ, ରାଇରଙ୍ଗପୁର ବ୍ଲକ ଅଂଚଳର ଗୋରୁମହିଷାଣି ଆଦି ଅଞ୍ଚଳର ଆଦିବାସୀମାନଙ୍କ ସମେତ ଅଣଆଦିବାସୀମାନେ ସେମାନଙ୍କର ସଉଦା, ଲୁଗାପଟା କିଣାକିଣି ପାଇଁ ଏକାଠି ହୋଇ ଥାନ୍ତି l ହାଟଇ ମାନେ ଏହି ଏଟିଏମ ଏବଂ ବ୍ୟାଙ୍କ ଉପରେ ଭରଷା କରିଥାନ୍ତି l ଏ ମାନଙ୍କୁ ବ୍ୟାଙ୍କ ଏବଂ ଏଟିଏମ ନିରାଶ କରି ଦେଇଥାଏ l