ବାରିପଦା: ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନା ଅନ୍ତର୍ଗତ ଅଁଳାଡୁବା, ଗୋଲମୁଣ୍ଡା, ବାଲିଢିପା, ଓ ଜାନମଘୁଟୁ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୭୩ ଲିଟର ଦେଶୀ ରନ୍ଧା ମଦ ଜବତ ସହିତ ମୋଟ ୦୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ଅଁଳାଡୁବା ଗ୍ରାମର ସୁମିତ୍ରା ଗୋପ, ଗୋଲମୁଣ୍ଡା ଗ୍ରାମର ପଦ୍ମାବତୀ ବେହେରା, ବାଲିଢିପା ଗ୍ରାମର ବାଲି ଟୁଡୁ ଓ ଜାନମଘୁଟୁ ଗ୍ରାମର ସାକର ମୁର୍ମୁ । ଜବତ ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବିପ୍ଳବ କୁମାର ମଲ୍ଲିକ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି.
