Onn 3

ଶିବାନନ୍ଦ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

sports State

ନିଶ୍ଚିନ୍ତକୋଇଲି: ଓରତି ପଞ୍ଚାୟତ କୁଟିଲୋ ସ୍ଥିତ ଶିବାନନ୍ଦ ବିଦ୍ୟାମନ୍ଦିରରେ ୨୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇ ବୁଧବାର ଉଦଯାପିତ ହୋଇଛି । ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ନାୟକଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼ଃ.ବିଜୟ କୁମାର ରାଉତ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ରଜନୀକାନ୍ତ ନନ୍ଦ,ସମ୍ମାନୀତ ଅତିଥି ଭାବେ ସ୍କୁଲର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ନାୟକ, ସ୍କୁଲ ପରିଚାଳନା କମିଟିର ସଭାପତି ଗୋଲଖଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ସ୍ତରରୁ ଛାତ୍ର ଛାତ୍ରୀମାନେ ଶିକ୍ଷା ସହିତ ବାୟାମ ଓ କ୍ରୀଡ଼ା ପ୍ରତି ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଚଳିତ ବର୍ଷ ସ୍ୱୟଂଶ୍ରୀ ସ୍ୱାଇଁ, ମନୋଜ ସାମଲ,ଶୁଭଶ୍ରୀ ମହାପାତ୍ର କ୍ରୀଡ଼ା ଚମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ । ଶିକ୍ଷକ ବିଜୟ କୁମାର ନାୟକ,ଦୀପକ ରଂଜନ ରାଉତ, କୈଳାସ ଚନ୍ଦ୍ର ସ୍ୱାଇଁ,ମହେଶ୍ୱର ରାଉତ,ଜ୍ୟୋତିକାନ୍ତ ତ୍ରିପାଠୀ, ବନପ୍ରିୟା ସାହୁ, ଶୋଭାରାଣୀ ତ୍ରିପାଠୀ, ଭାଗ୍ୟବତୀ ଲେଙ୍କା, ଶୁଭଦର୍ଶିନୀ ପଣ୍ଡା, ସୁଲୋଚନା ନାୟକ, ବାସନ୍ତୀ ଦାସ, ଝରଣା ମହାପାତ୍ର, ବୈଶାଳୀ ରାୟ, ବିଜୟଲକ୍ଷ୍ମୀ ପଣ୍ଡା,ପ୍ରମିଳା ମଲିକ,ଦୀପା ପଣ୍ଡା, ଦୈତାରୀ ସାମଲ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ।