Onn 3

ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଳିଲା ଶିମିଳିପାଳ ଅଭୟାରଣ୍ୟ

State

ବାରିପଦା: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲଲା । ଗତ ପର୍ଯ୍ୟଟନ ରୁତୁ ପରେ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ ରହିବାପରେ ଆଜି ସକାଳ ୬ ଟା ସମୟରେ ଶିମିଳିପାଳ ର ଗେଟ ଖୋଲାହେଲା ପର୍ଯ୍ୟଟକ ମାନଙ୍କ ନିମନ୍ତେ । ଆଜି ପ୍ରଥମ ଦିନରେ ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ଶିମିଳିପାଳ ର ବରେହିପାଣି ଜଳ ପ୍ରପାତ ,ଜରନ୍ଦା , ନଅଣା , ଚହଲା ର ସୈାନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ବିଭିନ୍ନ ଜୀବଜନ୍ତୁ ଙ୍କୁ ଦେଖିବାପାଇଁ ପର୍ଯ୍ୟଟକ ମାନଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଅଛି । ପର୍ଯ୍ୟଟକ ମାନେ ଉତ୍କଣ୍ଠାର ସହିତ ଚାହିଁବସିଥିଲେ । ଆଜି ଶିମିଳିପାଳ ଭିତରକୁ ପ୍ରବେଶ ପାଇଁ ବାରିପଦା ପିଠାବଟା ରେଞ ର ଲୁଲୁଙ୍ଗ ଫାଟକ ଏବଂ ଯଶୀପୁରର କାଳିଆଣି ଫାଟକ ଖୋଲା ହେବା ପୂର୍ବରୁ ବିଧିବଧ ଭାବେ ପୂଜା ଅର୍ଚନା କରାଯାଇଥିଲା । ପର୍ଯ୍ୟଟକ ମାନଙ୍କୁ ବନବିଭାଗ ପକ୍ଷରୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଆଜି ଶିମିଳିପାଳ ଭିତରକୁ ପିଠାବଟା ଫାଟକଦେଇ ଏବଂ ଯଶିପୁର ଫାଟକ ଦେଇ ପର୍ଯ୍ୟଟକ ବୁଲିବାକୁ ଯାଇଛନ୍ତି । ପର୍ଯ୍ୟଟକ ମାନଙ୍କ ମଧ୍ୟରେ ବାହାର ରାଜ୍ୟ ସମେତ ଓଡିଶାର ଅନ୍ୟ ଜିଲା ରୁ ମଧ୍ୟ ଅଛନ୍ତି ।

ତେବେ ପ୍ରତ୍ୟେକବର୍ଷ ଶିମିଳିପାଳ କୁ ବୁଲିଯିବାକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ବନବିଭାଗ ପକ୍ଷରୁ କିଛି ନିର୍ଦ୍ଧେଶନାମା ଜାରି କରାଯାଇଅଛି । ଲୁଲୁଙ୍ଗ ଫାଟକ ଦେଇ ପ୍ରବେଶ କରିଥିବା ପର୍ଯ୍ୟଟକମାନେ ଯଶୀପୁରର କାଳିଆଣି ଫାଟକ ଦେଇ ବାହାରିବେ ଏବଂ ଯଶୀପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିଥିବା ପର୍ଯ୍ୟଟକମାନେ ଲୁଲୁଙ୍ଗ ଫାଟକ ଦେଇ ବାହାରିବେ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ଏଥି ସହିତ ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟ ଅନୁସାରେ ଅନୁମିତି ମିଳିପାରିବ । ଏଥି ନିମନ୍ତେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରେ ପୂର୍ବାହ୍ନ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପତ୍ର ମିଳିପାରିବ । ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ଲକ୍ଷ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଶ ଆଦି ନେବା ଉପରେ କଟକଣା ଜାରି କରାଯାଇଅଛି । ପର୍ଯ୍ୟଟକମାନେ ପ୍ରବେଶ ସମୟରେ ପ୍ରଚଳିତ ନିୟମାବଳୀ ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହି ପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଞ୍ଚ କରାଯିବ । ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ହେବ ।

ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । କୌଣସୀ କାରଣ ବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଭାବେ ଟଙ୍କା ଜମା ଦେବାକୁ ହେବ । ଏଥି ନିମନ୍ତେ ଯାନ ଚାଳକ ପ୍ରସ୍ତୁତ ରହିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନ ବଳବତ୍ତର ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତ୍ତି ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ । ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରି, ରାମତୀର୍ଥ, ଗୁଡ଼ଗୁଡ଼ିଆ ଓ ବରେଇପାଣୀ ଆଦି ସ୍ଥାନ ମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ www.ecotourodisha.com ରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପତିକୁ ମଝିରେ ମଝିରେ ଶିମିଳିପାଳ କତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଓ ପାରିପାଶ୍ୱର୍ିକ ଅବସ୍ଥାକୁ ନଜରକୁ ନେଇ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ ।