Onn 3

ବିରାଟ ସେନାର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ

State

ବାରିପଦା: ଶନିବାର ଅପରାହ୍ନରେ ବିରାଟ ସେନାର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ବାରିପଦାସ୍ଥ କାର୍ଯ୍ୟାଳୟ ଠାରେ ମାୟାଧର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀରେ ସେନାର ରାଜ୍ୟ ସଭାପତି ଏଡଭୋକଟେ୍ ଦିବ୍ରାଟ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ସେନାର କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମୁଖି ଟାଉନ କମିଟୀ ସମ୍ପାଦକ ସୁଦର୍ଶନ ବିନ୍ଧାଣୀ, ପୂର୍ବତନ ସମ୍ପାଦକ-ଦିବାକର ମହାନ୍ତ, ସେନାର ସକ୍ରିୟ ସଦସ୍ୟ ବିଜୟ କୁମାର ରାଉତ, ରବିନ୍ଦ୍ର ନାଥ ମହାନ୍ତ, ଶରତ ଚନ୍ଦ୍ର ଦାସ, ଜେଠମଲ ମହାନ୍ତ ଓ ବସନ୍ତ ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମିଳନୀରେ ମୁଖ୍ୟତଃ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଆକାଶ ଛୁଆଁ ସରବୃଦ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଠିକ୍ ସମୟରେ ହିତାଧିକାରୀଙ୍କୁ ପ୍ରଦାନ କରିବା କ୍ଷେତ୍ରରେ ସରକାରଙ୍କର ଅପରାଗତ ତଥା ଅକ୍ଷ୍ୟମତା ସହିତ ଜାଳେଣୀ ଗ୍ୟାସର ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ବକ୍ତାମାନେ ନିଜ ନିଜ ଭାଷଣରେ କ୍ଷୋଭ ପ୍ରକାଶ କରିଥିଲେ ।

ଏଥି ସହିତ ମୟୂରଭଞ୍ଜ ଜିଲ୍ଲାରେ କୃଷି କ୍ଷେତ୍ରର ପ୍ରଗତି ଅବହେଳା, ଶିକ୍ଷା କ୍ଷେତ୍ରର ଅବହେଳା ସମ୍ପର୍କରେ ବକ୍ତାମାନେ ବ୍ୟାପକ ଭାବରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ସେନାର ଶକ୍ତି ବୃଦ୍ଧି କରାଯିବାକୁ ନେଇ ସମ୍ମିଳନୀରେ ସେନାର କର୍ମକର୍ତ୍ତା ଓ କର୍ମୀମାନେ ଶପଥପାଠ କରିଅଛନ୍ତି । ଶେଷରେ ସେନାର ବାରିପଦା ଟାଉନ କମିଟୀର କାର୍ଯ୍ୟକାରୀ ସଭାପତି ଭାବରେ ଶ୍ରୀ ବିଜୟ କୁମାର ରାଉତ ଓ ସେନାର ଟାଉନ କମିଟୀର ଉପଦେଷ୍ଟା ଭାବେ ଜେଠମଲ ମହାନ୍ତଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇ ଅଛି । ସର୍ବ ଶେଷରେ ସମ୍ମିଳନୀର ସଭାପତି ମାୟାଧର ଆଚାର୍ଯ୍ୟ ସମସ୍ତଙ୍କୁ ଦନ୍ୟବାଦ ଦେଇ ସମ୍ମିଳନୀକୁ ସାଙ୍ଗ କରିଥିଲେ ।