Onn 3

ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ, 791ଟି ମାମଲା ସମାଧାନ

State

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କୋୖର୍ଟ ଏବଂ ଅନ୍ୟାନ୍ୟ ତାଲୁକ କୋୖର୍ଟ ମାନଙ୍କ ରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଲୋକ ଅଦାଲତ ରେ ମୋଟ 982 ଗୋଟି ମାମଲା ମଧ୍ୟରୁ 791ଟି ମାମଲା ର ଆପୋଷ ବିଚାର ହୋଇ 43 ଲକ୍ଷ 02 ହଜାର 253 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି | ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ବିଭିନ୍ନ ଶ୍ରେଣୀ ଭୁକ୍ତ ମାମଲା ମଧ୍ୟରୁ ମୋଟରଯାନ ଦୁର୍ଘଟଣା ସମ୍ବନ୍ଧୀୟ 27 ଗୋଟି ମାମଲା ମଧ୍ୟରୁ 02 ଟି ,ପାରିବାରିକ ସମ୍ଭନ୍ଧୀୟ 49 ଗୋଟି ମାମଲା ରୁ 04 ଟି, ରାଜସ୍ବ ସମ୍ବନ୍ଧୀୟ 821 ଗୋଟି ମାମଲା ମଧ୍ୟରୁ 733 ଗୋଟି ମାମଲା ଓ ଅନ୍ୟାନ୍ୟ 69 ଗୋଟି ମାମଲା ମଧ୍ୟରୁ 52 ଟି ମାମଲା ଫଇସଲା କରାଯାଇ ମୋଟ 43 ଲକ୍ଷ 02 ହଜାର 253 ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି |

ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି,ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଏସ ଡି ଜେ ଏମ ମିସେସ ସୁଭାଷିନୀ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ଜଜ ଓ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ବୀମା କମ୍ପାନୀ କର୍ମଚାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କୋୖର୍ଟ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ | ଜିଲ୍ଲା କୋୖର୍ଟ ର ରେଜିଷ୍ଟ୍ରାର ଶ୍ରୀ ଆଶିଷ କୁମାର ପରିଛା ଉକ୍ତ ଅଦାଲତ କୁ ପରିଚାଳନା କରିଥିଲେ |