Onn 3

“ପିଲାଙ୍କ ଭିତରେ ଅମାପ ଶକ୍ତି ଓ ସାର୍ମଥ୍ୟ ଅଛି କେବଳ ଉତ୍ତମ ମାର୍ଗଦର୍ଶକଙ୍କ ଅଭାବ” : ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ

State

ବାରିପଦା: ପ୍ରତ୍ୟେକ ଶିଶୁ ଭିତରେ ଅମାପ ଶକ୍ତି ଓ ସାର୍ମଥ୍ୟ ଲୁଚି ରହିଛି l ହେଲେ ସେହି ଲୁକ୍କାୟିତ ଶକ୍ତିକୁ ଚିନ୍ହି ତାକୁ ବିକଶିତ କରିବାର ମାର୍ଗ ଦର୍ଶକଙ୍କ ଅଭାବ ରହିଛି l ସମସ୍ତେ ଜଣେ ଜଣେ ଉତ୍ତମ ମାର୍ଗ ଦର୍ଶକ ହୋଇ ଶିକ୍ଷା ଓ ସଂସ୍କାର ଦ୍ୱାରା ତାଙ୍କ ଜୀବନରେ ଜ୍ଞାନର ପ୍ରଦୀପ ଟିଏ ଜାଳିବାର ପ୍ରୟାସ କରିବା ଉଚିତ l ପିଲାମାନଙ୍କୁ ନିଜ ଜନ୍ମଭୂମି ପ୍ରତି କର୍ତ୍ତବ୍ୟ ବିଷୟରେ କରାଇବାକୁ ପଡିବ l ସେଥିପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଆସନ୍ତା ୨୫ ତାରିଖ ରୁ ୨୭ ପ୍ରଯ୍ୟନ୍ତ ଷଷ୍ଠ ରୁ ଦଶମ ଶ୍ରେଣୀ ପଢୁଥିବା ପିଲାମାନଙ୍କ ଏକ ବ୍ୟକ୍ତିତ୍ୱ ବିକାଶ ଶିବିର – ଜାଗୃତି ୨0୨୩ ସ୍ଥାନୀୟ ମଧୁବନସ୍ଥିତ ଚିନ୍ମୟ ମିଶନରେ ଅନୁଷ୍ଠିତ ହେବ l

ଯେଉଁଠି ଯୋଗ, ଧ୍ୟାନ, ନୈତିକ ଶିକ୍ଷା, ବିଭିନ୍ନ ପ୍ରତିଯୋଗିତା , ମାତୃପୂଜା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବିକାଶର ପ୍ରୟାସ କରାଯାଇଥାଏ l ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ବାଲେଶ୍ୱରର ଆଚାର୍ଯ୍ୟ ଅଗସ୍ତ୍ୟ ଚୈତନ୍ୟ ଓ ଚିନ୍ମୟ ମିଶନ ଭଦ୍ରକର ଆଚାର୍ଯ୍ୟ ବ୍ରହ୍ମଚାରୀ ନିରଞ୍ଜନ ଚୈତନ୍ୟ, ଯୋଗଗୁରୁ ରାକେଶ ମହାନ୍ତ ପ୍ରମୁଖ ଶିବିର ଯୋଗଦେଇ ପରିଚାଳନା କରିବେ l

ଉକ୍ତ ଶିବିର ପାଇଁ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମଠାରେ ଚିନ୍ମୟ ମିଶନ ବାରିପଦା ର ସଭାପତି ବିଜୟ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚିନ୍ମୟ ମିଶନର ସମ୍ପାଦକ ଅଜିତ ବେହେରା ସ୍ୱାଗତ ଭାଷଣ ଦେବା ସହିତ ଶିବିରର କାର୍ଯ୍ୟକ୍ରମ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଥିଲେ କୋଷାଧକ୍ଷ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକତା ଉପସ୍ଥିତ ଥିବାବେଳେ ତନ୍ମଧ୍ୟରୁ ଡ଼ା ପ୍ରାଣକୃଷ୍ଣ ବେହେରା, ଡ଼ା ସୁନନ୍ଦନ ମିଶ୍ର, ଦାମନ ନାୟକ, ସତ୍ୟବ୍ରତ ମହାନ୍ତି, ହୃଦାନନ୍ଦ ଆଚାର୍ଯ୍ୟ, ପ୍ରମୋଦିନି ପଟ୍ଟନାୟକ, ଶାନ୍ତିଲତା ସିଂ, ତପନ ପଟ୍ଟନାୟକ, ବିବେକାନନ୍ଦ ଦାସ, ସମ୍ପଦ ଦାସ, ଲଷ୍ମୀ ପାଣି, ସୁରାତିବଳା ଦାସ, ଡଲିନା ମହାନ୍ତି, ବିଷ୍ନୁପଦ ବେରା, ଜୟନ୍ତୀ ଲେଙ୍କା, ଶ୍ରୀଧର ପରିଡା, ସବ୍ୟସାଚୀ ପଲେଇ ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ l