Img 20250402 Wa0125

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ସିପିଆଇର ଦାବି ପତ୍ର ପ୍ରଦାନ 

State
ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜ ପକ୍ଷରୁ ଆଜି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ହରିଶ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଠ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକୁ ମଧ୍ୟରେ ଜନବିରୋଧୀ ପ୍ରି ପେଡ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ଆଗାମୀ ଦିନରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବନ୍ଦ କରିବା, ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ମାସିକ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ମାଗଣାରେ ବିଦ୍ୟୁତ ଯୋଗଣ, ଓଡ଼ିଆ ଭାଷାରେ ବିଦ୍ୟୁତ ବିଲ୍ ପ୍ରଦାନ କରିବା, ଓ ଇ ଆର ସି ଓ ଟାଟା ପାୱାରର ଶୋଷଣ ଏବଂ ଜୁଲୁମ ବନ୍ଦ ସହ ବିଦ୍ୟୁତ ଘରୋଇକରଣରୁ ନିବୃତ ରହିବା, ବାହାର ରାଜ୍ୟରୁ କର୍ମଚାରୀମାନଙ୍କୁ ନିୟୋଜିତ ନ କରି ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା, ବାହାର ରାଜ୍ୟର ଠିକାଦାର ଏବଂ ବିଜିନେସ ଏସୋସିଏଟମାନକୁ କାମ ନ ଦେଇ ଆମ ରାଜ୍ୟର ଠିକାଦାର ଏବଂ ବିଜିନେସ ଏସୋସିଏଟମାନକୁ କାର୍ଯ୍ୟାଦେଶ ଦେବା। ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ମହେଶ୍ୱର ବେହେରା ପ୍ରମୁଖ ଅଧିକ୍ଷଣ ଯନ୍ତ୍ରୀକୁ ଭେଟି ଦାବି ପତ୍ର ଦେଇଛନ୍ତି |