Onn 3

ରାସ୍ତା ପାଶ୍ୱର ଗୁଳ୍ମ ଯୋଗୁଁ ବିପଦ

State

ଆଗରପଡ଼ା:ଆଗରପଡ଼ା-ଭଦ୍ରକ ବ୍ୟସ୍ତ ବହୁଳ ପୂର୍ତ୍ତବିଭାଗ ରାସ୍ତାରେ ପ୍ରତିଦିନ ଶତାଧିକ ଯାନବାହାନ ଚଳାଚଳ କରିଥାଏ । ଜାମବଣୀ ଛକରୁ ବରପଦା ପର୍ଯ୍ୟନ୍ତ ରାସ୍ତାର ୨ପାଶ୍ୱର୍ରେ ଗୁଳ୍ମାଦି ଲତା ଭର୍ତ୍ତି ହୋଇ ଜଙ୍ଗଲ ସଦୃଶ୍ୟ ଅବସ୍ଥା ସୃଷ୍ଟି ହେଲାଣି । ଉଭୟ ପାଶ୍ୱର୍ରୁ ଆସୁଥିବା ଗାଡ଼ିଚାଳକମାନେ ପରସ୍ପରକୁ ଠିକ୍ ଭାବେ ଦେଖିନପାରି ମୁହାଁମୁହିଁ ହୋଇ ବିପଦ ଆଶଙ୍କାରେ ରହୁଛନ୍ତି । ଗୁଳ୍ମ ସହିତ ରାସ୍ତା ଅବସ୍ଥା ମଧ୍ୟ ଠିକ୍ ନାହିଁ କେବଳ ମରାମତି ରେ ସୀମିତ ଅଛି ।

କିଛି ମାସ ତଳେ ରାସ୍ତା ମରାମତି ଆରମ୍ଭ ହେବା ପୂର୍ବରୁ ଉଭୟ ପାଶ୍ୱର୍କୁ ବିଭାଗ ତରଫରୁ ସଫା କରାଯାଇଥିଲା । କିନ୍ତୁ ଏହା ପୁଣି ତାର ପୂର୍ବ ଅବସ୍ଥାକୁ ଫେରି ଆସିଲାଣି ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।