ବାରିପଦା: ଆଜି ଜନୈକ ନାବାଳିକା ସହିତ ହୋଇଥିବା ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ କାନ୍ଦଣା ଗ୍ରାମର କିରଣ କୁମାର ସି (25) କୁ ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 2024, ମାର୍ଚ୍ଚ ମାସରେ ନିଜ ଗ୍ରାମରେ ହେଉଥିବା ଶୀତଳା ପୂଜା ଅବସରରେ ଯାତ୍ରା ଦେଖିବାକୁ ନାବାଳିକା ଜଣକ ତାର ପରିବାରଵର୍ଗ ଙ୍କ ସହିତ ରାତ୍ରିରେ ଯାଇଥିଲା l ରା଼ତ୍ରୀ ପାଖା ପାଖୀ ଏଗାରଟା ସମୟରେ ନାବାଳିକା ଜଣକ ପରିସ୍ରା କରିବାକୁ ପାଖକୁ ଯାଇଥିବା ସମୟରେ ଅଭିଯୁକ୍ତ କିରଣ କୁମାର ସି ତାକୁ ଜୋର ଜବରଦସ୍ତ ଟେକିନେଇ ତା ସହିତ ବଳ ପୂର୍ବକ ଦୁଷ୍କର୍ମ କରିଥିଲା l ଏଥି ସହିତ ନାବାଳିକା କୁ ଏ କଥା କାହା ଆଗରେ ପ୍ରକାଶ କଲେ ତାକୁ ଏବଂ ତାର ପରିବାର ଲୋକଙ୍କୁ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲା l ଏହି ଘଟଣା ପରେ ନାବାଳିକା ଜଣକ ତାର ପିଉସୀ ଘରକୁ ପଳାଇଥିଲା l ଦୁଇ ତିନିମାସ ପରେ ସେଠାରେ ତାର ପିଉସୀ ନବାଳିକା ଗର୍ଭବତୀ ଥିବାର ଜାଣିବାକୁ ପାଇ ଘର ଲୋକଙ୍କୁ ଖବର ଦେଇଥିଲେ l ପରେ ନାବାଳିକାକୁ ବାରିପଦା ଡାକ୍ତରଖାନାକୁ ପରିବାରଲୋକ ଆଣିଥିଲେ l ସେଠାରେ ନାବାଳିକା ଜଣକ ଏସବୁ କଥା ପ୍ରକାଶ କରିଥିଲା l ଏ ବାବଦରେ ନାବାଳିକା ର ପିତାଙ୍କ ଅଭିଯୋଗ କ୍ରମେ ମୋରଡ଼ା ଥାନାରେ 136/14-5-2024 ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ 15-5-2024 ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l
