Img 20250329 Wa0003

୨ ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ଲିଖିତ ଦାବିପତ୍ର ପ୍ରଦାନ 

State
ବାରିପଦା –  କାଳବୈଶାଖୀ ପ୍ରଭାବ ତଥା ଦୈବୀ ଦୁର୍ବିପାକରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ୧୮ ଟି ଗ୍ରାମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟିଯାଇଛି ।ବହୁ ପରିବାର ବାସହରା ହୋଇ ପଡିଛନ୍ତି । ସେମାନଙ୍କ ଖାଦ୍ଯ, ବସ୍ତ୍ର,ଶେଜ,ଧାନ,ଚାଉଳ , ଆସବାବପତ୍ର ନଷ୍ଟ  ହୋଇଯିଇଛି ।ସେହି ପିଡିତ ପରିବାର ତଥା ବାସହରା ଲୋକଙ୍କୁ ତୁରନ୍ତ ନୂତନ ଆବାସ ଯୋଜନା ସହ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ  ଝାଡ଼ଖଣ୍ଡ ମୁକ୍ତି ମୋର୍ଚା  ବିକ୍ଷୋଭ ପାଇଁ ଡାକରା ଦେଇଥିଲେ ।ପିଡିତ ଆଦିବାସୀ ମାନେ ଏଥିରେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ପଣ୍ଡିତ ରଘୁନାଥ ମୁର୍ମୁ ଛକରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଵିଶାଳ‌ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଦୁଇ ଦଫା ଦାବି ତଥା କାଳବୈଶାଖୀ ପ୍ରଭାବିତ ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ବିକାଶ ନାମରେ ଦାଣ୍ଡଵୋଷ ଏବଂ କଲେଜ ଛକରେ ଦିର୍ଘବର୍ଷ ଧରି ରହିଥିବା ଲୋକଙ୍କୁ ଉଛେଦ କରାଯାଇଥିବାରୁ ସେମାନଙ୍କୁ ତୁରନ୍ତ ଥଇଥାନ,ଆବାସ ଗୃହ ଯୋଗାଇବା,କ୍ଷୟକ୍ଷତିପୂରଣ ପାଇଁ ଦାବି କରିଥିଲେ ।ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ପ୍ରଶାସନ ଯଦି ଅଣଦେଖା କରେ ତେବେ ଆଗାମୀ ଦିନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ରାଜରାସ୍ତାକୁ ଓହ୍ଲାଇବ ଏବଂ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଥିଲେ ।ଏହି ବିକ୍ଷୋଭରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା କେନ୍ଦ୍ରୀୟ କମିଟି ସଦସ୍ୟ  ସାଲୁ କିସ୍କୁ, ଜିଲ୍ଲା ସଭାପତି କୃଷ୍ଣ ଦାସ,ଓଡ଼ିଶା ପ୍ରଭାରୀ ଦୁବରାଜ ନାଗ,ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ, ଜିଲ୍ଲା ପରିଷଦ ସଦସ୍ଯ ଶିତଲ କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟା ମିନା ସୋରେନ, ମୁଖପାତ୍ର ସନ୍ତୋଷ ମୁର୍ମୁ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।