ସବୁ ବୁଲି ସ୍ଥିତି ପରଖିବା ପରେ ମରାମତି କାର୍ଯ୍ୟକୁ ସୀମିତ ସମୟ ମଧ୍ୟରେ ଶେଷ କରିବା ଲାଗି ନିଷ୍ପତି ନିଆଯାଇଥିଲା । ନାଟମଣ୍ଡପ ଵିମର ମରାମତି ଡିଜାଇନ ସ୍ୱତନ୍ତ୍ର ଭବେ କରାଯିବା ସହ କାର୍ତ୍ତିକମାସ ପରେ ଦିବ୍ୟାଙ୍ଗଙ୍କ ଲାଗି ଉତ୍ତରଦ୍ୱାରରେ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ l ଶ୍ରୀମନ୍ଦିର ବେଢାରେ ଥିବା ଫୁଲଘରର ଉନ୍ନତୀକରଣ କରାଯିବ ।
ତେବେ ରତ୍ନଭଣ୍ଡାର ମରାମତି କେବେ କରାଯିବ ସେ କିଛି କହିନାହାନ୍ତି ଏଏସଆଇ ଅଧିକାରୀ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ଅପେକ୍ଷା କରାଯାଇଛି । ନିର୍ଦ୍ଦେଶ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଏଏସଆଇ ସୁପରିଟେଣ୍ଡେଟ୍ କହିଛନ୍ତି।
Post Views: 8