Rang

ଗିରଫ ହେଲେ ରେଞ୍ଜର ବାବୁ, ଫାର୍ମହାଉସରେ କରିଥିଲେ ମିନି ଚିଡିଆଖାନା

State

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବନ୍ୟଜନ୍ତୁଙ୍କୁ ବନ୍ଧୀ କରି ରଖିବା ପାଇଁ ମଧ୍ୟ ତାଙ୍କ ବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ, ୧୯୭୨ ଅନୁଯାୟର ମାମଲା ରୁଜୁ ହୋଇଛି ।

ତେବେ ବୁଧବାର ରେଞ୍ଜରଙ୍କ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ ଚଢ଼ାଉ ଆରମ୍ଭ କରିଥିଲା । ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ କରିଥିଲା ।

ତେବେ ଚଢାଉ ପରେ ବିଭୁଦାନନ୍ଦଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ, ଭୁବନେଶ୍ବର ଓ ଢେଙ୍କାନାଳରେ ୮ଟି ପ୍ଲଟ, ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ, ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା, ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ।