Scb

SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

State

କଟକ: କଟକ ବଡ଼ ମେଡିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ବହିଷ୍କାର ହେବେ ଅଭିଯୁକ୍ତ ଡାକ୍ତର ।  ହୃଦରୋଗ ବିଭାଗର ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ୩ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ ।  ଘଟଣାର ପ୍ରଶାସନିକ ଯାଞ୍ଚ ପାଇଁ ଗଠିତ ୩ ଜଣିଆ କମିଟିର ରିପୋର୍ଟ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ DMET ଏସସିବି ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ଏହାପରେ SCB ଅଧ୍ୟକ୍ଷଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ କାଉଁସିଲ ବୈଠକରେ ଚୂଡାନ୍ତ ନିଷ୍ପତି ନିଆଯିବ ।

ଅନ୍ୟପଟେ ମାମଲାର ତଦନ୍ତ ଏବେ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ (DHRPC)ର ଇନିସପେକ୍ଟରଙ୍କୁ ଦିଆଯାଇଛି । ଦୁଇ ମହିଳାଙ୍କ ମେଡିକାଲ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଅଗଷ୍ଟ ୧୧ ତାରିଖରେ ଜଣେ ଡାକ୍ତରଙ୍କ ସଂପର୍କୀୟ ଦୁଇଜଣ ମହିଳା ଇକୋ ଟେଷ୍ଟ ପାଇଁ ଯାଇଥିବା ବେଳେ ସେଠାରେ ଅନ୍ୟ ଜଣେ ଡାକ୍ତର ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହା ପରେ ସଂପୃକ୍ତ ମହିଳାଙ୍କ ସଂପର୍କୀୟ ମାନେ ଅଭିଯୁକ୍ତ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୀଡ଼ିତା ମହିଳାଙ୍କ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରିଛି ।