Dengue

୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

State

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୧ ଛୁଇଁଛି । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ସୁନ୍ଦରଗଡ଼ରୁ ୭୨୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ, ବଲାଙ୍ଗିର ଓ ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ଚିହ୍ନଟ ହୋଇଛି । ଏହାକୁ ନେଇ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବିଭାଗ ଟିମ୍ ଭିଜିଟ୍ କରିଛନ୍ତି । ଏହାପରେ ଆକ୍ରାନ୍ତଙ୍କ ଟେଷ୍ଟି ବଢିଛି ।