Mohan Majhi 2

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ, ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା

State

ଭୁବନେଶ୍ୱର :  ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ଖର୍ଚ୍ଚ ହେବି ସେପରି ବ୍ୟବସ୍ଥା କରାଯାଇଛି । ବଜେଟ୍ ରେ ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା ରହିଛି । ଆସନ୍ତୁ ଜାଣିବା କଣ ନୂଆ ଯୋଜନା ।

  • ଗରିବ ଝିଅ ବିବାହ ପାଇଁ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏଥିପାଇଁ ୧୨ କୋଟି ବ୍ୟୟ ବରାଦ। ଗରିବ ଝିଅଙ୍କ ସାମୁହିକ ବିବାହ କରିବେ। ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରିବେ।
  • ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା ପାଇଁ ୫୨୬ କୋଟି ଯୋଜନା। ଓଡ଼ିଶା ପୃଷ୍ଟି ମିଶନ ପ୍ରତିଷ୍ଠା ପାଇଁ ୧୦୦ କୋଟି।
  • ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ନାଁରେ ନୂଆ ଯୋଜନା। ୮୫ କୋଟି ବ୍ୟୟବରାଦ। ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ।
  • ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ଵିକା ନାମରେ ନୂଆ ଯୋଜନା
  • ଆମ କୁନିପିଲା ନାମରେ ନୂଆ ଯୋଜନା।
  • ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୧୯୩ କୋଟି। ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି।
  • ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ୧୧୮୦ କୋଟି ବ୍ୟୟ ବରାଦ। କୃଷିଭିତ୍ତିକ ଜ୍ଞାନ କୌଶଳ,IT,ITES ଓ ସେମିକଣ୍ଡକ୍ଟରର ପ୍ରୟୋଗ ଉପରେ ତାଲିମ ଦିଆଯିବ।
  • ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି।
  • ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି
  • ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି
  • ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
  • ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
  • ଓଡ଼ିଶା ପୃଷ୍ଟି ମିଶନ ପାଇଁ ୧୦୦ କୋଟି
  • ଅଟଳ ବସ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି
  • ସମୃଦ୍ଧ ସହର ପାଇଁ ୪୦୮ କୋଟି
  • ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି