Onn 3

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

State

ବାରିପଦା: କପ୍ତିପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ,2023( ଜିଲ୍ଲା ବିଜ୍ଞାନ ମେଳା )ଉଦଯାପିତ ହୋଇଯାଇଛି l ଉକ୍ତ ଉଦଯାପନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ମୁଖ୍ୟଵକ୍ତା ଭାବେ ବାରିପଦା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ ସଂଘମିତ୍ରା ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥିରୂପେ ମାନ୍ୟବର ଉଦଳା ବିଧାୟକ ଭାସ୍କର ମଢେଇ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ପ୍ରଶାନ୍ତ କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତୀ ନାୟକ,କପ୍ତିପଦା ବ୍ଲକ ଶିକ୍ଷା ଅଧିକାରୀ ଦୀପକ ମିଶ୍ର ଭାବେ ଯୋଗ ଦେଇଥିଲେ lଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ର ସଂଗଠନ ସମ୍ପାଦକ ସିଂରାୟ ମୁର୍ମୁ ବକ୍ତବ୍ୟ ରଖିଥିଲେ l ପ୍ରଦର୍ଶିତ ହୋଇଥିବା 130 ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ପାଞ୍ଚଟି ପ୍ରକଳ୍ପ ବିଚାରପତିଙ୍କ ଉପସ୍ଥିତରେ ଚୟନ କରାଯାଇଅଛି ଓ ସେଗୁଡିକ ଆସନ୍ତା ଜାନୁୟାରୀ ମାସରେ ମୟୂରଭଞ୍ଜ ଜିଲ୍ଲାରେ ବାରିପଦାସ୍ଥିତ ଏମ.କେ.ସି. ଉଚ୍ଚ ବିଦ୍ୟାଳୟ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ଭାଗ ନେବେ l

ସେମାନେ ହେଲେ ଉପବିଷୟବସ୍ତୁ ସ୍ୱାସ୍ଥ୍ୟ ରେ ରରୁଆଁ ବ୍ଲକ ଅନ୍ତର୍ଗତ ସ୍ଵପ୍ନେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଡ଼ପଳଶାର ଅଷ୍ଟମଶ୍ରେଣୀର ଛାତ୍ରୀ ବିଦୁସ୍ମିତା ମହାନ୍ତଙ୍କ ଦ୍ୱାରା ପ୍ରସ୍ତୁତ “ପମ୍ପିୟାନ “, ଉପବିଷୟବସ୍ତୁ ଜୀବନରେ ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଆମରାର ଛାତ୍ର ନିଖିଳ କୁମାର ବଳିଆର ସିଂ ଙ୍କ ପ୍ରକଳ୍ପ “ସ୍ମାର୍ଟ ଇଲେକଟ୍ରିକ ସୁଇଚ ବୋର୍ଡ଼”, ଉପବିଷୟବସ୍ତୁ କୃଷି ର ଉଦଳା ବ୍ଲକ ଅନ୍ତର୍ଗତ ଓଏଭି, ଜୁଆଳିଆ ର ନବମ ଶ୍ରେଣୀ ର ଛାତ୍ର ସୁଜଳ ଗୁପ୍ତା ଙ୍କ ପ୍ରକଳ୍ପ “ୱାଟର ହାରଭେଷ୍ଟିଙ୍ଗ ଟେକନିକ “, ଉପୟ ବିଷୟବସ୍ତୁ ଯୋଗାଯୋଗ ଓ ପରିବହନ ରେ ଉଦଳା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,ଢ଼ିରାକୁଳର ଦଶମ ଶ୍ରେଣୀ ର ଛାତ୍ର ବିଶ୍ୱଜିତ ସେନାପତି ଙ୍କ ପ୍ରକଳ୍ପ “ଦି ସ୍ମାର୍ଟ କ୍ରୁଟଚ ଷ୍ଟିକ ” ଓ ଉପୟ ବିଷୟବସ୍ତୁ କୋମ୍ପୁଟିସନାଲ ଥିଁକିଙ୍ଗ ରେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାସିପିଠା ର ଅଷ୍ଟମ ଶ୍ରେଣୀ ର ଛାତ୍ର ଶୁଭମ କୁମାର ନାଏକଙ୍କ ପ୍ରକଳ୍ପ “ମେଥ ପାୱାର ” l ସ୍ୱାଗତଭାଷଣ ଓ ସଂଯୋଜନା କଣ୍ଟାପାଳ ର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର lଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚର୍ଯ୍ୟ l ପୁରସ୍କାର ବିତରଣ ସଂଯଜନା ଶିକ୍ଷକ ବସନ୍ତ କୁମାର ଦତ୍ତ କରିଥିଲେ lକାର୍ଯ୍ୟକ୍ରମ ପରିଚାଳନା ରେ ବିଜ୍ଞାନ ମେଳାର ଟିମର ସମସ୍ତ ସଦସ୍ୟ, କପ୍ତିପଦା ହାଇସ୍କୁଲ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l