Onn 3

ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି

State

 

dence-fog

ଭୁବନେଶ୍ୱର  : କମୁଛି ଶୀତ, ବଢୁଛି କୁହୁଡ଼ି । ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଲୋକମାନେ ଗାଡ଼ି ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନର ପ୍ରଭାବ କମିବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଛି । ଫଳରେ ଶୀତ କମିବା ସହ ଘନ କୁହୁଡ଼ି ଦେଖାଦେଉଛି ।